ମହିଳା କଲେଜ କର୍ମଚାରୀଙ୍କ ଧାରଣା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ :ଭଦ୍ରକ

ଭଦ୍ରକ ମହିଳା ମହାବିଦ୍ୟାଳୟ କର୍ମଚାରୀମାନେ ସେମାନଙ୍କର ବିଭିନ୍ନ ସମସ୍ୟା ଭିତରେ ମୁଖ୍ୟତଃ ୩ଟି ଦାବି ନେଇ ରବିବାର ଧାରଣା ଦେଇଛନ୍ତି । କଲେଜରେ ଚାକିରୀ କରୁଥିବା କର୍ମଚାରୀମାନେ ୨୫ ବର୍ଷରୁ ଉଦ୍ଧ୍ୱର୍ ହେବ ଏଠାରେ ସମୟ କଟାଇଥିଲେ ବି ଏପର୍ଯ୍ୟନ୍ତ ସେମାନେ ନିୟମିତ ହୋଇପାରିନାହାଁନ୍ତି । ଇପିଏଫ୍ ମାସିକ ଦରମାରୁ କଟୁଥିଲେ ଦରମା ବୃଦ୍ଧି ନହେବା ସହ ସେମାନଙ୍କୁ ନିୟମିତ କରାଯାଉନାହିଁ । ଏହିଭଳି ସମସ୍ୟାର ସମାଧାନ କ୍ଷେତ୍ରରେ ସେମାନେ ବିଗତ ଦିନରେ ବହୁବାର ଅଧ୍ୟକ୍ଷଙ୍କୁ ଜଣାଉଥିଲେ ବି ତାହାର ସମାଧାନ କ୍ଷେତ୍ରରେ ସେ କର୍ଣ୍ଣପାତ କରୁନାହାଁନ୍ତି । ଫଳାରେ ଉକ୍ତ ସମସ୍ୟାର ସମାଧାନ ଦାବିରେ ଆଜି କଲେଜର କର୍ମଚାରୀମାନେ ଧାରଣାରେ ବସିଛନ୍ତି । ଏ ସଂପର୍କରେ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଯୋଗାଯୋଗ କରିବାରୁ ସେ ସମସ୍ତ ବିଷୟ ଅବଗତ ଥାଇ ତାହା ପରିଚାଳନା କମିଟିକୁ ଜଣାଇ ଖୁବ୍ ଶୀଘ୍ର ସମାଧାନ କରାଯିବ ବୋଲି ଗଣମାଧ୍ୟମକୁ କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*