ମଲାଇକା ଓ ଅର୍ଜ୍ଜୁନଙ୍କ ସମ୍ପର୍କରେ ଖୁସି ନୁହଁନ୍ତି ସୋନମ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ବର୍ତ୍ତମାନ ବଲିଉଡରେ ଚର୍ଚ୍ଚିତ ଯୋଡି ଭାବେ ମଲାଇକା ଓ ଅର୍ଜ୍ଜୁନଙ୍କ ନାଁ ଆଗରେ ରହିଛି । ସବୁଆଡେ ଏମାନଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଚାଲିଛି । ନିକଟରେ ଶୁଣିବାକୁ ମିଳିଥିଲା କି, ଏହି ଯୋଡି ଆଗାମୀ ଏପ୍ରିଲ ମାସରେ କ୍ରିଷ୍ଟିଆନ ରୀତିରେ ବିବାହ କରିପାରନ୍ତି ବୋଲି । କିନ୍ତୁ ଏହି ବିବାହକୁ ନେଇ ଖୁସି ନାହାଁନ୍ତି ଅର୍ଜ୍ଜୁନଙ୍କ ଭଉଣୀ ।
ଶୁଣିବାକୁ ମିଳିଛି କି, ଅର୍ଜ୍ଜନଙ୍କ ଭଉଣୀ ସୋନମ ଏହି ସର୍ମ୍ପକରେ ଖୁସି ନାହାଁନ୍ତି । କାରଣ ଫ୍ୟାସନ ଡିଜାଇନର ମନିଷ ମଲହୋତ୍ରା ଏକ ପାର୍ଟିର ଆୟୋଜନ କରିଥିଲେ । ଏଥିରେ ମଲାଇକା ଓ ସୋନମ ମଧ୍ୟ ପହଂଚିଥିଲେ । ଏହି ପାର୍ଟିରେ ମଲାଇକା ନିଶାସକ୍ତ ଅବସ୍ଥାରେ ଥିଲେ ଓ ଠିକ୍ରେ ଚାଲି ମଧ୍ୟ ପାରୁନଥିଲେ,ଏହା ଦେଖି ସୋନମ ତାଙ୍କୁ ସାହର୍ଯ୍ୟ କରିବା ପାଇଁ ଧରିବାରୁ ମଲାଇକା ସୋନମଙ୍କ ହାତ ଛାଟି ଦେଇ କହିଥିଲେ କି, ‘ମୋ ଠାରୁ ଦୂରେଇ ରୁହ’ ।
ଏହା ପରେ ମଲାଇକା ସମସ୍ତଙ୍କ ସାମନାରେ ସୋନମଙ୍କ ସହିତ ଖରାପ ଭାବେ କଥା ହୋଇଥିଲେ । ସୋନମଙ୍କୁ ଏହା ବହୁତ ଖରାପ ଲାଗିଥିଲା । ଏହି ଘଟଣାଟି ୨୦୧୬ରୁ ଘଟିଥିଲା । ସେବେଠାରୁ ସେ ମଲାଇକାଙ୍କ ସହିତ କଥା ହୁଅନ୍ତି ନାହିଁ । ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କି ଅର୍ଜ୍ଜୁନଙ୍କ ବିବାହରେ ସୋନମ ଉପସ୍ଥିତ ରହିବେ କି ନାହିଁ । ଖାଲି ସୋନମ ନୁହଁନ୍ତି, ଅର୍ଜ୍ଜୁନ ଓ ମଲାଇକାଙ୍କ ସର୍ମ୍ପକକୁ ନେଇ ବୋନି କପୁର ଓ ସଲମନ ଖାନ ମଧ୍ୟ ଖୁସି ନାହାଁନ୍ତି । ବର୍ତମାନ ଏହି ଯୋଡି କିପରି ପରିବାର ଲୋକଙ୍କୁ ବୁଝାଇବେ ତାହା ଏବେ ଦେଖିବାକୁ ରହିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*