ମଧ୍ୟାହ୍ନଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ ହେବା ପ୍ରସଙ୍ଗ ପ୍ରଧାନଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭଦ୍ରକ

ଗତ ଶନିବାର ଭଦ୍ରକ ବ୍ଳକ କେଦାରପୁର ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ ହେବା ପ୍ରସଙ୍ଗରେ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଭାଜପା । ଭଦ୍ରକ ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ଡ. ପ୍ରଦୀପ କୁମାର ନାୟକ, ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ କୁମାର ପାଢ଼ୀ, ପ୍ରଭାକର ସାମଲ ପ୍ରମୁଖ ଦାବି କରିଥିଲେ । ଏହା ବ୍ୟତୀତ ଘଟଣାକୁ ଅତି ହାଲୁକା ଭାବେ ନେଇଥିବା ଜିଲ୍ଲା ଶିକ୍ଷାଧିକାରୀ ଓ ବ୍ଳକ୍ ଶିକ୍ଷାଧିକାରୀଙ୍କ ବିରୋଧରେ ମଧ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ଭାଜପା । ଭିତ୍ତିଭୂମୀ ଅଭାବରୁ ପିଲାମାନେ ଏବେ ଅଧିକାଂଶ ବିଦ୍ୟାଳୟରେ ଅସୁରକ୍ଷିତ । ସରକାର ଶିକ୍ଷାକୁ ଗୁରୁତ୍ୱ ଦେଉଥିବା କହୁଥିବାବେଳେ ସରକାରଙ୍କ ପିଲା ପଢ଼ିବେ, ଗଢ଼ିବେ ଓ ବଢ଼ିବେ ନୀତି ଆଜି ପ୍ରସନରେ ପରିଣତ ହୋଇଛି । ତେଣୁ ସରକାର ତୁରନ୍ତ ପ୍ରଧାନ ଶିକ୍ଷକଙ୍କ ସମେତ ଜିଲ୍ଲା ଶିକ୍ଷାଧିକାରୀ ଓ ବ୍ଳକ ଶିକ୍ଷାଧିକାରୀଙ୍କ ବିରୋଧରେ ଜିଲ୍ଲା ଭାଜପା ସଭାପତି ନାରାୟଣ ସେନାପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ପ୍ରଦୀପ ଘଡ଼େଇ, ମନୋଜ ନାୟକଙ୍କ ସମେତ ବହୁ ଅଭିଭାବକ ଉପସ୍ଥିତ ଥିଲେ । ଏଠାରେ ସୂଚନାଯୋଗ୍ୟ କେଦାରପୁର ପ୍ରାଥମିକ ବିଦ୍ୟାଳୟରେ ଗତ ଶନିବାର ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହୋଇପଡ଼ିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*