ଭୁବନେଶ୍ୱରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଉଛି ପିରାମଲ ଫାଉଣ୍ଡେସନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର
ପିରାମଲ ଫାଉନେ୍ଦସନ ଅଧୀନର ଏକ ଅଭିଯାନ ପିରାମଲ ସର୍ବଜଳ ପକ୍ଷରୁ ଭୁବନେଶ୍ୱରର ପ୍ରମୁଖ ସ୍ଥାନଗୁଡ଼ିକରେ ୪୦ଟି ଜଳ ଏଟିଏମ ମୁତୟନ କରାଯାଇଛି । ଏହା ଜରିଆରେ ଏକ ସ୍ୱତନ୍ତ୍ର “ହବ ଆନ୍ଦ ସ୍ପୋକ’ ମଡେଲରେ ସୁଲଭ ସୁରକ୍ଷିତ ପାନୀୟ ଜଳ ଲୋକଙ୍କ ପାଖରେ ପହଂଚିପାରିଛି । ପିରାମଲ ସର୍ବଜଳ ଏଟିଏମରୁ ଆରଏଫଆଇଡି କାର୍ଡ ବ୍ୟବହାର କରି ପ୍ରତି ଗ୍ରାହକ ମାଗଣାରେ ଦିନକୁ ୧୦ ଲିଟର ସୁରକ୍ଷିତ ପାନୀୟ ଜଳ ପାଇପାରିବେ । ୨୦୧୬ରେ ସ୍ଥାପନ ହେବା ପରଠାରୁ ପିରାମଳ ସର୍ବଜଳ ସାରା ସହରରେ ୨୯ ଲକ୍ଷ ଲିଟର ସୁରକ୍ଷିତ ପାନୀୟ ଜଳ ପ୍ରଦାନ କରିଛି ।୨୦୧୪ରେ ଏକ ପାଣି ଯୋଗାଣ ପାଇପ ଭାଙ୍ଗିଯିବାରୁ ଭୁବନେଶ୍ୱରରେ ଜନ୍ଦିସ ଓ ଡେଙ୍ଗୁ ବ୍ୟାପୀ ଥିଲା । ଏହାର କିଛି ଦିନ ପରେ ଭୁବନେଶ୍ୱର ମୁନିସିପାଲ କର୍ପୋରେସନ ପକ୍ଷରୁ ସୁରକ୍ଷିତ ପାନୀୟ ଜଳ ବ୍ୟବସ୍ଥା ସ୍ଥାପନ କରିବାକୁ ଟେନ୍ଦର ଆହ୍ୱାନ କରାଯାଇଥିଲା ଯାହା ପିରାମଲ ସର୍ବଜଳକୁ ମିଳିଥିଲା । ଏଭଳି ମାରାତ୍ମକ ରୋଗ ପୁଣି ଥରେ ସୃଷ୍ଟି ହେବାରୁ ଅଟକାଇବା ଏବଂ ଅବହେଳିତ ବର୍ଗଙ୍କ ପାଖରେ ସୁରକ୍ଷିତ ପାନୀୟ ଜଳ ପହଁଚାଇବା ପାଇଁ ପିରାମଲ ସର୍ବଜଳ ତରଫରୁ ଅଭିନବ ହବ ଆନ୍ଦ ସ୍ପୋକ ମଡେଲରେ ଏହି ପାଣି ଏଟିଏମ ଗୁଡ଼ିକୁ ସ୍ଥାପନ କରାଯାଇଛି ଯେଉଁଥିରେ ରହିଛି ଏକ ବିଶୋଧନ ପ୍ଲାଣ୍ଟ(ହବ) ଏବଂ ୧୦ ଲିଟର ଏଟିଏମ(ସ୍ପୋକ) । ପିରାମଳ ସର୍ବଜଳ ପକ୍ଷରୁ ସାରା ଭୁବନେଶ୍ୱରେ ୪ଟି ବିଶୋଧନ ପ୍ଲାଣ୍ଟ ଏବଂ ୪୦ ପାଣି ଏଟିଏମ ସ୍ଥାପନ କରାଯାଇଛି ।
ଏହି ଅବସରରେ ପିରାମଲ ସର୍ବଜଳର ସିଇଓ ଅନୁଜ ଶର୍ମା କହିଛନ୍ତି ଯେ, “ପିରାମଲ ସର୍ବଜଳ ଏହାର ସ୍ୱାବଲମ୍ବୀ ମଡେଲ ଜରିଆରେ ଭୁବନେଶ୍ୱର ମୁନିସପାଲ କର୍ପୋରେସନ ସହଯୋଗିତାରେ ପରି·ଳିତ ହେଉଛି ଏବଂ ବିଶେଷ କରି ସମାଜର ଅବହେଳିତ ବର୍ଗ ଓ କମ ଅବହେଳିତ ବର୍ଗଙ୍କ ପାଖରେ ସୁରକ୍ଷିତ ପାନୀୟ ଜଳ ପହଂ·ଇବାକୁ ପ୍ରତିବଦ୍ଧ । ଏକ ସ୍ମାର୍ଟ ସିଟି ତରଫରୁ ଅବହେଳିତ ବର୍ଗ, ବିଶେଷ କରି ଯେଉଁମାନଙ୍କ ପାଖରେ ପାଇପ ପାଣି ପହଂଚି ନାହିଁ ସେମାନଙ୍କ ଯତ୍ନ ନିଆଯିବାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ଭୁବନେଶ୍ୱର ଏହି ପାଣି ଏଟିଏମ ପ୍ରକଳ୍ପ ।’

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*