ଭାରତୀୟ ଯୁବା ମହିଳା ଫୁଟବଲ ଦଳର କୋଚ୍‌ ହେଲେ ଥୋମାସ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୁଆଦିଲ୍ଲୀ
ଆସନ୍ତାବର୍ଷ ଭାରତରେ ହେବାକୁ ଯାଉଛି ୧୭ବର୍ଷରୁ କମ୍‌ ମହିଳା ଫୁଟବଲ ବିଶ୍ୱକପ୍‌ । ସେଥିରେ ଖେଳିବାକୁ ଥିବା ଭାରତୀୟ ଦଳର କୋଚ୍‌ ଦାୟିତ୍ୱ ପ୍ରଦାନ କରାଯାଇଛି ଥୋମାସ୍‌ ଡେନାରବିଙ୍କୁ । ୬୦ ବର୍ଷିୟ ଥୋମାସ୍‌ ୟୁଏଫ୍‌ଆ ପ୍ରୋ ଡିପ୍ଲୋମା ହାସଲ କରିଛନ୍ତି । ୩୦ ବର୍ଷ ଧରି ସେ କୋଚିଂ ଧାରାରେ ରହିଛନ୍ତି ସାମିଲ । ୨୦୧୧ ମସିହାରେ ମହିଳା ଫୁଟବଲ ବିଶ୍ୱକପ୍‌ରେ ଯେଉଁ ସ୍ୱିଡେନ୍‌ ଦଳ ତୃତୀୟ ହୋଇଥିଲା ତଥା ୨୦୧୨ ଲନ୍ଦନ ଅଲିମ୍ପିକ୍ସରେ ଯେଉଁ ସ୍ୱିଡେନ ଦଳ କ୍ୱାର୍ଟର ଫାଇନାଲକୁ ଉଠିଥିଲା ତାହାର ସେ କୋଚ୍‌ ଥିଲେ । ଗତ ମହିଳା ବିଶ୍ୱକପ୍‌ରେ ନାଇଜେରିଆ ଦଳର ସେ ଥିଲେ ପ୍ରଶିକ୍ଷକ । ନାଇଜେରିଆର କୋଚ୍‌ ଭାବରେ ତଥା ସ୍ୱିଡେନର କୋଚ୍‌ ଭାବରେ ଥୋମାସ୍‌ ବଡ଼ ସଫଳତା ପାଇଛନ୍ତି । ତାଙ୍କ ଭଳି ଜଣେ ପ୍ରଚୂର ଅଭିଜ୍ଞ ବ୍ୟକ୍ତିିଙ୍କ ଅଧିନରେ ଭାରତୀୟ ଯୁବା ମହିଳା ଦଳ ବିଶ୍ୱକପ୍‌ରେ ଭଲ କରିବ ବୋଲି ଭାରତରୟ ଫୁଟବଲ ସଂଘର ସଭାପତି ପ୍ରଫୁଲ୍ଲ ପଟେଲ କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*