ଭାଇରାଲ ହେଉଛି ‘ମାଉସୀ’ଙ୍କ ଭିଜିଟିଂ କାର୍ଡ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ପୁଣେ

ଜଣେ ଘରୋଇ ସହାୟିକା ଏବେ ନିଜ ଭିଜିଟିଂ କାର୍ଡ ପାଇଁ ଇଣ୍ଟରନେଟ୍‌ ସେନ୍‌ସେସନ୍‌ ପାଲଟିଛନ୍ତି । ‘ମାଉସୀ’ ନାମରେ ସେ ଏବେ ସୋସିଆଲ୍‌ ମିଡିଆରେ ଚର୍ଚ୍ଚାକୁ ଆସିଛନ୍ତି ଆଉ ଦେଶର ବିଭିନ୍ନ ସ୍ଥାନରୁ ତାଙ୍କୁ ମିଳୁଛି କାମ କରିବାର ଅଫର ।
ପୁଣେର ବଭଧନ ଅଞ୍ଚଳରେ ବିଭିନ୍ନ ଘରେ କାମ କରି ପେଟ ପୋଷୁଥିବା ମାଉସୀ ଗୀତା କାଲେ କୌଣସି କାରଣରୁ ଗୋଟିଏ ଘରୁ ଛଟେଇ ହୋଇଥିଲେ । ଏହା ତାଙ୍କ ମନକୁ ବଡ଼ ଆଘାତ ଦେଇଥିଲା । ପରିବାର ପୋଷଣ ଚିନ୍ତାରେ ଦୁଃଖିତ ଥିବା ମାଉସୀଙ୍କୁ ଆଉ ଏକ ଘରର ମହିଳା (ଯେଉଁ ଘରେ ସେ କାମ କରୁଥିଲେ) ଧନଶ୍ରୀ ସିନେ୍ଧ ସହଯୋଗ କରିବାକୁ ଆଗେଇ ଆସିଥିଲେ । ଆଉ ସିନେ୍ଧଙ୍କ ଏହି ସହଯୋଗ ମାଉସୀଙ୍କ ଖାଲି ପୁନେ ନୁହେଁ ଦେଶବ୍ୟାପୀ ଚର୍ଚ୍ଚାକୁ ଆଣିଛି । ସିନେ୍ଧ ମାଉସୀଙ୍କର ଏକ ଭିଜିଟିଂ କାର୍ଡ କରି ତାକୁ ସୋସିଆଲ୍‌ ମିଡିଆରେ ଛାଡ଼ିଦେଇଥିଲେ । ଆଉ ଏଇ ଭିଜିଟିଂ କାର୍ଡ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଥିଲା ବେଳେ ମାଉସୀଙ୍କ ଫୋନ୍‌ର ରିଂ ବନ୍ଦ ହେବାର ନାମ ନେଉନାହିଁ । ସବୁଠୁ ଆସୁଛି ତାଙ୍କୁ କାମ କରିବା ପାଇଁ ଅନୁରୋଧ ।
ଭିଜିଟିଂ କାର୍ଡରେ ଉଲ୍ଲେଖ ହୋଇଛି ଘର କାମ ପାଇଁ ମାଉସୀ ପ୍ରସ୍ତୁତ । ଆଧାର କାର୍ଡକୁ ଯାଞ୍ଚ କରାଯାଇଛି । କାର୍ଡରେ ଘର ପୋଛିବା ଠାରୁ ଆରମ୍ଭ କରି ଲୁଗାସଫା ପାଇଁ ଦର ସ୍ଥିର କରାଯାଇଥିଲା ବେଳେ ପରିବା କଟା ଓ ଅନ୍ୟ କାମ ପାଇଁ ଅଧିକ ଅର୍ଥ ଦେବାକୁ ଅନୁରୋଧ କରାଯାଇଛି ।
ଏ ସମ୍ପର୍କରେ ଧନଶ୍ରୀ ସିନେ୍ଧ କହିଛନ୍ତି ଯେ ମୁଁ ଦିନେ ଘରକୁ ଆସିବା ପରେ ଦେଖିବାକୁ ପାଇଲି ଯେ ଘରେ କାମ କରୁଥିବା ମାଉସୀ ଗୀତା ମନଦୁଃଖରେ ଅଛନ୍ତି । ପଚାରିବାରୁ ସେ ମନଦୁଃଖରେ ପଡ଼ିଶା ଘରର ଜଣେ ବ୍ୟକ୍ତି କାମ ଛଡେଇ ଦେଇଥିବା କହିଥିଲେ । ମାଉସୀଙ୍କୁ ସାହାଯ୍ୟ କରିବା ପାଇଁ ମୁଁ ତାଙ୍କ ପାଇଁ ଶହେ ସ୍ମାର୍ଟ ବିଜିନେସ୍‌ କାର୍ଡ ଡିଜାଇନ୍‌ କରିବା ସହ ପ୍ରିଣ୍ଟ କରିଥିଲି । ଗୋଟିଏ ଭିଜିଟିଂ କାର୍ଡକୁ ସୋସିଆଲ୍‌ ମିଡିଆରେ ଛାଡ଼ିଦେଇଥିଲି । ହେଲେ ଏବେ ମାଉସୀଙ୍କ ଫୋନ୍‌ ବନ୍ଦ ହେବାର ନାମ ନେଉନାହିଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*