ଭାଇରାଲ ଭିଡିଓରେ ‘ଟମାଟୋ’ ଫ୍ୟାଶନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ପାକିସ୍ତାନରେ ଏବେ ଟମାଟୋ ଦର ୩୦୦ଟଙ୍କା ଉପରେ ରହିଛି । ପରିସ୍ଥିତି ଏପରି ହୋଇଛି ଯେ, ଟମାଟୋକୁ ଜଗିବା ପାଇଁ ବନ୍ଧୁକଧାରୀ ପୁଲିସ୍‌ ନିଯୁକ୍ତ ହେଉଛନ୍ତି, ଲୋକେ ଟମାଟୋକୁ ମହଙ୍ଗା ବସ୍ତୁ ଭାବେ ଗ୍ରହଣ କରି ସୁରକ୍ଷା ପାଇଁ ବ୍ୟବସ୍ଥା କରୁଛନ୍ତି । ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଛି । ଫଟୋରେ ଜଣେ ଯୁବତୀ ନିଜ ବିବାହ ଅବସରରେ ପିନ୍ଧିଛନ୍ତି ସୁନା ଚେନ୍‌ ବଦଳରେ ଟମାଟୋ ମାଳ ।
ଫଟୋରେ ଯୁବତୀ ଜଣଙ୍କ ଝୁମ୍‌କା,ଚୂଡି, ବିନ୍ଦି ସବୁ ଟମାଟୋରେ କରିଛନ୍ତି । ୟୁଜର୍ସମାନେ ଏହି ଫଟୋକୁ ନେଇ ପାକିସ୍ତାନର ଦୁର୍ବଳ ଅର୍ଥ ବ୍ୟବସ୍ଥାକୁ ଉଲେ୍‌ଖ କରିଛନ୍ତି । ଏଥିପାଇଁ ଦାୟୀ କିଏ ସେ ନେଇ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି । ବିବାହ ଅବସରରେ ସାକ୍ଷାତକାର ଦେଉଛନ୍ତି ଯୁବତୀ ଜଣଙ୍କ । ସେ କହୁଛନ୍ତି ଯେ, ଟମାଟୋର ମାଳ ବର୍ଷା ହେଉଛି ଏହା କେତେ ମୂଲ୍ୟବାନ୍‌ ଓ ଆମ ପାଇଁ କେତେ ଦୁର୍ଲଭ । ଦେଶରେ ଟମାଟୋ ସୁନା ଦର ଭଳି ଦିନକୁ ଦିନ ମହଙ୍ଗା ହେଉଛି । ୨ମିନିଟ୍‌ ୨୦ ସେକେନ୍ଦର ଏହି ଭିଡିଓଟିକୁ ଅଦ୍ୟାବଧି ଟୁଇଟରରେ ୫୦ହଜାର ଥର ଏବଂ ଫେସ୍‌ବୁକ୍‌ରେ ୧୩ଲକ୍ଷ ୟୁଜର ଦେଖିସାରଲେଣି । ଅନେକ ଏହି ଟମାଟୋ ଫ୍ୟାଶନକୁ ପସନ୍ଦ କରୁଛନ୍ତି । ତେବେ ଫ୍ୟାଶନ ପ୍ରଫେସନାଲଙ୍କ କହିବା ଅନୁସାରେ ଆଦୌ ଟମାଟୋକୁ ଫ୍ୟାଶନ ଭାବେ ଗ୍ରହଣ କରାଯାଇପାରିବ ନାହିଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*