ଭଏସ୍ ଅଫ୍‌ ସୋଆ କମୁ୍ୟନିଟି ରେଡ଼ିଓ ୯୦.୪ର ଆର୍ଜେ ଶବ୍ନମ୍ ସମ୍ମାନିତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ସୋଆ କମୁ୍ୟନିଟି ରେଡିଓ, ଭଏସ୍ ଅଫ୍ ସୋଆ କମୁ୍ୟନିଟି ରେଡ଼ିଓ ୯୦.୪ର ଆର୍ଜେ ଶବ୍ନମ୍ ଶିରିନ୍ ରେଡିଓ ମାଧ୍ୟମରେ ସାମାଜିକ କ୍ଷେତ୍ରର ବିକାଶରେ ତାଙ୍କର ଅବଦାନ ନିମନ୍ତେ ଶ୍ରେଷ୍ଠ ଯୁବ ରିପୋର୍ଟର୍ ଭାବେ ସମ୍ମାନିତ ହୋଇଛନ୍ତି ।
ସାମାଜିକ ସଂଗଠନ ୟଙ୍ଗ ଇନ୍ଦିଆ ଓ ୟୁନିସେଫର ମିଳିତ ସହଯୋଗରେ ଏକ ବର୍ଷ ବ୍ୟାପୀ “କମୁ୍ୟନିଟି ରେଡ଼ିଓ ମାଧ୍ୟମରେ ଯୁବ ସଂପ୍ରଦାୟର ସଶକ୍ତୀକରଣ” କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଅବଦାନ ଯୋଗୁଁ ଆର୍ଜେ ଶବ୍ନମ୍ଙ୍କୁ ସମ୍ମାନିତ କରାଯାଇଛି । ସୋମବାର ଦିନ ଏକ ସ୍ଥାନୀୟ ହୋଟେଲ୍ରେ ଏହି ଅଭିଯାନ ଶେଷରେ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ବାଲ୍ୟ ବିବାହ, ଶିଶୁମାନଙ୍କର ପୋଷଣ ଓ ଟୀକାକରଣ, କିଶୋର ବୟସରେ ସ୍ୱାସ୍ଥ୍ୟ ଚର୍ଚ୍ଚା ଓ ରକ୍ତହୀନତା, ପୁଷ୍ଟିକର ଖାଦ୍ୟ, ହିଂସାରୁ ଶିଶୁମାନଙ୍କୁ ରକ୍ଷା କରିବା, ବିଦ୍ୟାଳୟ ଛାଡ଼ି ଚାଲିଯାଉଥିବା ଶିଶୁମାନଙ୍କ ବିଷୟରେ ତଥା ସ୍ୱାସ୍ଥ୍ୟରକ୍ଷା ଓ ପରିଚ୍ଛନ୍ନତା ବିଷୟରେ ଜନସଚେତନା ସୃଷ୍ଟି ନିମନ୍ତେ ଏହି ଅଭିଯାନ ଆରମ୍ଭ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ୟୁନିସେଫର ଓଡ଼ିଶା ମୁଖ୍ୟ ମନିକା ନିଏଲସେନ୍, ସାମ୍ବାଦିକ ସନ୍ଦୀପ ସାହୁ, ଦୂରଦର୍ଶନର ପୂର୍ବତନ ନିଦେ୍ର୍ଦଶକ ସାନ୍ତନୁ ରଥ, କଟକ ଆକାଶବାଣୀର ବାର୍ତା ସମ୍ପାଦିକା ଇତିଶ୍ରୀ ସିଂହ ରାଠୋର, କମୁ୍ୟନିଟି ରେଡ଼ିଓ ଆସୋସିଏସନର ସଭାପତି ଡକ୍ଟର ଶିଶିର ଦାସ, କମୁ୍ୟନିଟି ରେଡ଼ିଓ ଆସୋସିଏସନ ଅଫ୍ ଇନ୍ଦିଆର ସଭାପତି ଏନ୍.ଏ.ଶାହ ଆନ୍ସାରୀ ଓ ୟୁନିସେଫର ଯୋଗାଯୋଗ ବିଶେଷଜ୍ଞ ଶ୍ରୀମତି ଲୋପାମୁଦ୍ରା ତି୍ରପାଠୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*