ବୟସ୍କ ଆନ୍ତର୍ଜାତିକ ଦିବସ ପାଳିତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ଓଡ଼ିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପ୍ରତ୍ୟେକ ସନ୍ତାନ ସନ୍ତନ୍ତି ତାଙ୍କର ବୟସ୍କ ବାପାମା’ଙ୍କ ଯନô ନେବା ପାଇଁ ଆହ୍ୱାନ କରିଛନ୍ତି । ଭୁବନେଶ୍ୱରଠାରେ ଆୟୋଜିତ ବୟସ୍କ ଆନ୍ତର୍ଜାତିିକ ଦିବସ ଉପଲକ୍ଷେ ଏକ ସମାରୋହକୁ ଉଦ୍ଘାଟନ କରି ଶ୍ରୀଯୁକ୍ତ ପାତ୍ର ବୟସ୍କ ଲୋକମାନେ ଚଳଚଞ୍ଚଳ ରହିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ମୁଖ୍ୟବକ୍ତା ଭାବେ ଯୋଗଦାନ କରି ପଦ୍ମଶ୍ରୀ ଡଃ ପ୍ରଫୁଲ୍ଲ କୁମାର ଜେନା କହିଲେ ଯେ, ସେ ୯୦ ବର୍ଷରେ ପହଞ୍ଚôôଥିଲେ ମଧ୍ୟ ଏବେ ବୈଦିକ କାର୍ଯ୍ୟକ୍ରମରେ ଅଭ୍ୟାସ ରଖିପାରିଛନ୍ତି । ଉପସ୍ଥିତ ଥିବା ବୟସ୍କ ନାଗରିକମାନଙ୍କୁ ଡ଼ାକ୍ତର ପରାମର୍ଶ କରି କର୍ମଜୀବି ହୋଇ ରହିବା ପାଇଁ ପରାମର୍ଶ ଦେଇଥିଲେ । ଭାରତ ସରକାରଙ୍କ ସାମାଜିକ ନ୍ୟାୟ ବିଭାଗର ଉପମା ଶ୍ରୀବାସ୍ତବ ସରକାର ତରଫରୁ ବୟସ୍କ ଲୋକଙ୍କ ପାଇଁ ଏକ ନୀତି ଶୀଘ୍ର ପ୍ରଣୟନ କରାଯିବ ବୋଲି କହିଥିଲେ । ଏନ୍ଆଇଏସ୍ଡ଼ିର ନିଦେ୍ର୍ଦଶକ ଡଃ ଏସ୍.ସି. ରାଘବ ବରିଷ୍ଠ ନାଗରିକମାନଙ୍କ ପାଇଁ ପ୍ରଣୟନ ହୋଇଥିବା ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*