ବ୍ୟବସାୟ ବନ୍ଦ ନିଷ୍ପତ୍ତି ନେଲା ୧୭୮ ବର୍ଷର କମ୍ପାନୀ ଥୋମାସ୍‌ କୁକ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଲଣ୍ଡନ

ବି୍ରଟେନର ୧୭୮ବର୍ଷର ପୁରୁଣା ଟ୍ରାଭେଲ କମ୍ପାନୀ ଥୋମାସ୍‌ କୁକ୍‌ ବ୍ୟବସାୟ ବନ୍ଦ କରିବାର ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଛି । ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା କମ୍ପାନୀ ଘରୋଇ ନିବେଶ ଏବଂ ସରକାରଙ୍କ ବେଲ୍‌ ଆଉଟ୍‌ ପ୍ୟାକେଜ ପାଇବାରେ ବିଫଳ ହେବା ପରେ ନିଜ ବ୍ୟବସାୟ ବନ୍ଦ କରିବାର ତକ୍ରାଳ ନିଷ୍ପତ୍ତି ନେଇଛି । କମ୍ପାନୀ ମଧ୍ୟ ସମସ୍ତ ହଲିଡେଜ୍‌, ଫ୍ଲାଇଟ୍‌ ବୁକିଂକୁ ରଦ୍ଦ କରିବାର ଘୋଷଣା କରିଛି ।
କମ୍ପାନୀର ଏହି ଅଚାନକ ବନ୍ଦ ନିଷ୍ପତ୍ତି କାରଣରୁ ଛୁଟି କାଟିବା ପାଇଁ ଘରୁ ବାହାରିଥିବା ଦେଢ ଲକ୍ଷରୁ ଅଧିକ ଲୋକ ଫସିଯାଇଛନ୍ତି । ସେହିପରି ବିଶ୍ୱ ବ୍ୟାପି କମ୍ପାନୀରେ ଥିବା ୨୨ହଜାର କର୍ମଚାରୀଙ୍କ ଜୀବନଜୀବିକା ଉପରେ ମଧ୍ୟ ପ୍ରଭାବ ପଡିଛି । ୨୨ହଜାର କର୍ମଚାରୀଙ୍କ ମଧ୍ୟରୁ ୯ହଜାର କର୍ମଚାରୀ ହେଉଛନ୍ତି ବି୍ରଟେନର । ଶୁକ୍ରବାର କମ୍ପାନୀ ପକ୍ଷରୁ କୁହାଯାଇଥିଲା ଯେ, ବ୍ୟବସାୟ ଜାରି ରଖିବା ପାଇଁ ଆମକୁ ୨୫କୋଟି ଡଲାରର ଆବଶ୍ୟକତା ରହିଛି । ଗତମାସରେ କମ୍ପାନୀ ୯୦କୋଟି ପାଉନ୍ଦ ହାସଲରେ ସମର୍ଥ ହୋଇଥିଲା । ତେବେ ଘରୋଇ ନିବେଶକଙ୍କଠାରୁ ସହାୟତା ପାଇବାରେ ଅସମର୍ଥ ହେବା ଏବଂ ସରକାର ଆଗକୁ ନ ଆସିବା କମ୍ପାନୀକୁ ବ୍ୟବସାୟ ବନ୍ଦ କରିବାକୁ ବାଧ୍ୟ କରିଛି । ସୂଚନା ଯୋଗ୍ୟ ଯେ, ୧୮୪୧ରେ ଥୋମାସ୍‌ କୁକ୍‌ ଟ୍ରାଭେଲ ଇନ୍ଦଷ୍ଟି୍ରରେ ପାଦ ଥାପିଥିଲା । ୧୮୬୬ରେ କମ୍ପାନୀ ଆମେରିକୀୟ ଟ୍ରିପ୍‌ ସର୍ଭିସ ଏବଂ ୧୮୭୨ରେ ସମର୍ଗ ବିଶ୍ୱରେ ନିଜର ଟୁର୍‌ ସର୍ଭିସ ଆରମ୍ଭ କରିଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*