ବ୍ରାଉନ୍‌ସୁଗାର ଜବତ, ଆସାମୀ ଗିରଫ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ: ଭଦ୍ରକ

ସ୍ଥାନୀୟ ତିହିଡି ଥାନା ଅଧୀନସ୍ଥ ସଦାନନ୍ଦପୁରରୁ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ୱାର୍ଡ ଓ ଭଦ୍ରକ ଅବକାରୀ ବିଭାଗର ମିଳିତ ଚଢାଉରେ ୮୪ ଗ୍ରାମ ବ୍ରାଉନ୍ସୁଗାର ଜବତ ହୋଇଛି । ଏହି ଅବସରରେ ଜଣେ ଯୁବକକୁ ଗିରଫ କରାଯାଇଛି । ଉକ୍ତ ଅଂଚଳରେ ବ୍ରାଉନ୍ସୁଗାରର କାରବାର ହେଉଥିବା ନେଇ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ନିକଟରେ ଖବର ପହଞ୍ଚôôବା ପରେ ଶନିବାର କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ଫ୍ଲାଇଙ୍ଗ୍ ସ୍କ୍ୱାର୍ଡର କର୍ମକର୍ତ୍ତାମାନେ ଭଦ୍ରକରେ ପହଞ୍ଚô ଅବକାରୀ ବିଭାଗର ମିଳିତ ସହଯୋଗରେ ସଦାନନ୍ଦପୁର ଗ୍ରାମ ଉପରେ ଚଢାଉ କରି ଚନ୍ଦନ କୁମାର ପାଢୀ ନାମକ ଯୁବକକୁ ଗିରଫ କରିଥିଲେ । ତା ନିକଟରୁ ଆନୁମାନିକ ୮ ଲକ୍ଷ ୪୦ ହଜାର ଟଙ୍କାର ୮୪ ଗ୍ରାମ ବ୍ରାଉନ୍ ସୁଗାର ଜବତ କରିଥିବା ଜଣାପଡିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*