ବେଲଜିୟମ ଗସ୍ତ : ଦଳକୁ ଫେରିଲେ ଲଳିତ ଓ ରୂପିନ୍ଦର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ: ଭୁବନେଶ୍ୱର

ଏମାସ ୨୬ ତାରିଖରୁ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଭାରତୀୟ ସିନିୟର ପୁରୁଷ ହକି ଦଳ ବେଲଜିୟମ ଗସ୍ତରେ ଯିବ । ଏଥିପାଇଁ ଶୁକ୍ରବାର ଦିନ ମନପ୍ରୀତ୍‌ ସିଂଙ୍କ ନେତୃତ୍ୱରେ ୨୦ ଜଣିଆ ଭାରତୀୟ ଦଳର ଚୟନ କରାଯାଇଛି । ବିଶ୍ୱ ଚମ୍ପିଆନ୍‌ ବେଲଜିୟମ ବିପକ୍ଷରେ ଖେଳି ଭାରତ ନଭେମ୍ବରରେ ଭୁବନେଶ୍ୱରରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟ ପାଇଁ ପ୍ରସ୍ତୁତି କରିବ । ବେଲଜିୟମ ବିପକ୍ଷରେ ୩ ମ୍ୟାଚ୍‌ ଏବଂ ସେଠାରେ ସ୍ପେନ୍‌ ବିପକ୍ଷରେ ମଧ୍ୟ ୨ଟି ମ୍ୟାଚ୍‌ ଖେଳିବ ଭାରତୀୟ ଦଳ । ଏହି ୨୦ ଜଣିଆ ଦଳରେ ୨ ଜଣ ଓଡ଼ିଆ ବିରେନ୍ଦ୍ର ଲାକ୍ରା ଓ ଅମିତ୍‌ ରୋହିଦାସ ସାମିଲ ଅଛନ୍ତି । ତେବେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଫରୱାର୍ଡ ଲଳିତ ଉପାଧ୍ୟାୟ ଏବଂ ବ୍ୟାକ୍‌ ଖେଳାଳି ରୂପିନ୍ଦର ପାଲ ସିଂ । ବିଶ୍ରାମ ପରେ ଅନୁଭବୀ ଗୋଲକିପର ଶ୍ରୀଜେସ୍‌ ମଧ୍ୟ ଦଳ ସହ ଯୋଗ ଦେଇଛନ୍ତି । ଦଳକୁ ଲଳିତ ଆସିବା ବଡ଼ ଆନନ୍ଦର ବିଷୟ କାରଣ ସେ ଫରୱାର୍ଡ ଲାଇନରେ ପ୍ରମୁଖ ଭୂମିକା ନିଭାନ୍ତି ବୋଲି କହିଛନ୍ତି ମୁଖ୍ୟ କୋଚ୍‌ ଗ୍ରାହମ୍‌ ରିଡ୍‌ । ସେହିପରି ରୂପିନ୍ଦରଙ୍କ ପ୍ରତ୍ୟାବର୍ତ୍ତନ ମଧ୍ୟ ଦଳ ପାଇଁ ଚମକପ୍ରଦ ଖବର ବୋଲି ସେ ବତାଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*