ବେଆଇନ ବାଣ ତିଆରି ଚାଲୁଥିବା ଘରେ ଚଢାଉ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : ବାସୁଦେବପୁର

ବାସୁଦେବପୁର ପୁଲିସ ବେଆଇନ ବାଣ ତିଆରି ଚାଲିଥିବା ଏକ ଘର ଉପରେ ଚଢଉ କରି ବିପୁଳ ପରିମାଣରେ ହାତ ତିଆରି ବମ୍ ସହିତ ବାରୁଦ ଜବତ କରିଛି । ସୂଚନା ଅନୁସାରେ ବାସୁଦେବପୁର ଥାନା ଅଞ୍ଚଳରେ ଅନ୍ଦୁଆ ଗ୍ରାମର ଓଲଗଡାଠାରେ ଭାଗିରଥି ପରିଡାର ପୁଅ ଅକ୍ଷୟ କୁମାର ପରିଡା ଘରେ ବେଆଇନ ବାଣ ତିଆରି ଚାଲିଥିବାର ଖବର ଥାନା ଅଧିକାରିଣୀ ମଧୁମିତା ମହାନ୍ତି ଜାଣିବାକୁ ପାଇଥିଲେ । ଅଧିକାରିଣୀ ସଦଳବଳେ ଚଢଉ ପରେ ୨ହଜାର ହାତ ତିଆରି ବମ୍, ୨୦କିଲୋ ଗନ ପାଉଡର ସହିତ ବହୁଳ ପରିମାଣରେ ବିଭିନ୍ନ ପ୍ରକାରର ବାଣ ଉକ୍ତ ବ୍ୟକ୍ତିଙ୍କ ଘରୁ ଜବତ କରିଥିଲା ପୁଲିସ । ବାସୁଦେବପୁର ଥାନାର ଏସଆଇ ବିଶ୍ୱଜିତ ସିଂହଙ୍କ ଅଭିଯୋଗ ଅଧାରରେ ୩୪୦/୧୯ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଅକ୍ଷୟ କୁମାର ପରିଡାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଥାନା ଅଧିକାରିଣୀ ମଧୁମିତା ମହାନ୍ତି ସୂଚନା ପ୍ରଦାନ କରିଥିଲେ । ପ୍ରକାଶଥାଉ କି କିଛି ବର୍ଷ ପୂର୍ବେ ଉକ୍ତ ବ୍ୟକ୍ତିଙ୍କ ଘରେ ବାଣ ବିସ୍ପୋରଣରେ ୨ ଜଣଙ୍କର ଜୀବନ ଯାଇଥିବାବେଳେ ଏହି ଘରେ ବେଆଇନ ବାଣ ତିଆରି ହେଉଥିବା ସ୍ପଷ୍ଟ ହୋଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*