ବିଶ୍ୱ ପାଇଁ ଶିକ୍ଷା|ବିନା ଲକ୍‌ଡାଉନ୍‌, ବଜାର ବନ୍ଦରେ କରୋନାକୁ ହରାଇଲା ଦକ୍ଷିଣକୋରିଆ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ସିଓଲ

ତାଇୱାନ ପରେ ଦକ୍ଷିଣ କୋରିଆ ଯେଉଁଭଳି ଭାବେ କରୋନା ଭାଇରସ୍‌ ବିରୋଧରେ ଲଢେଇ ଲଢିଲା ତାହା ଆଜି ବିଶ୍ୱର ଅନ୍ୟ ଦେଶମାନଙ୍କ ପାଇଁ ଏକ ମଡେଲ ବୋଲି କୁହାଯାଉଛି । ଦକ୍ଷିଣ କୋରିଆ ସଂକ୍ରମିତ ଦେଶ ତାଲିକାରେ ୮ମ ସ୍ଥାନ । ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୯୦୩୭ ଥିଲା ବେଳେ ୩୫୦୦ ରୁ ଅଧିକ ସୁସ୍ଥ ହେଲେଣି । ମୃତୁ୍ୟ ସଂଖ୍ୟା ୧୨୯ରେ ରହିଛି । ହେଲେ ପୂର୍ବରୁ ସ୍ଥିତିି ଏପରି ନଥିଲା । ମାର୍ଚ୍ଚ ୮-୯ ବେଳକୁ ମିଳିଥିଲେ ୮ହଜାରରୁ ଅଧିକ ସଂକ୍ରମିତ । ମାତ୍ର ଗତ ୨ ଦିନ ମଧ୍ୟରେ ୧୨ଟି ନୂଆ ମାମଲା ସାମ୍ନାକୁ ଆସିଛି । ଚକିତ କଲାଭଳି ଘଟଣା ହେଉଛି ଯେ, ପ୍ରଥମ ସଂକ୍ରମିତଙ୍କ ସୂଚନା ମିଳିବା ଠାରୁ ବର୍ତ୍ତମାନ ସୁଦ୍ଧା ଏହି ଦେଶରେ ଲକଡାଉନ୍‌ ହୋଇନାହିଁ କି ବଜାର ମଧ୍ୟ ହୋଇନାହିଁ ବନ୍ଦ ।
ଦକ୍ଷିଣ କୋରିଆର ବୈଦେଶିକ ମନ୍ତ୍ରୀ କାଙ୍ଗ ଜୁଙ୍ଗ କହିଛନ୍ତି ଯେ, ତୁରନ୍ତ ପରୀକ୍ଷଣ ଏବଂ ଉନ୍ନତ ଚିକିତ୍ସା ବ୍ୟବସ୍ଥା କାରଣରୁ ଏହି ମାମଲା କମିଛି ଏବଂ ମୃତୁ୍ୟହାର ହ୍ରାସ ପାଇଛି । ଆମେ ୬୦୦ ରୁ ଅଧିକ ଟେଷ୍ଟିଂ ସେଣ୍ଟର ଖୋଲିଥିଲୁ । ୫୦ ରୁ ଅଧିକ ଡ୍ରାଇଭିଂ ଷ୍ଟେସନରେ ସ୍କି୍ରନିଂ କରିଥିଲୁ । ରିମୋର୍ଟ ଟେମ୍ପରେଚର ସ୍କାନର ଏବଂ ତଣ୍ଟି ଖରାପ ହେବାର ଯାଞ୍ଚ ମାତ୍ର ୧୦ ମିନିଟ୍‌ରେ ସରୁଥିଲା । ୧ ଘଣ୍ଟା ଭିତରେ ଆସୁଥିଲା ରିପୋର୍ଟ । ଯେଉଁ କାରଣରୁ ଚିକିତ୍ସା ଧାରାକୁ ତ୍ୱରାନ୍ୱିତ କରାଯାଉଥିଲା ।
ସେ କହିଛନ୍ତି ଯେ, ସଂକ୍ରମଣ ସମ୍ପର୍କରେ ଜାଣିବା ପାଇଁ ସରକାର ବଡ଼ବଡ଼ କୋଠାଘର, ହୋଟେଲ, ପାର୍କିଂ ସ୍ଥାନ ଏବଂ ସର୍ବସାଧାରଣ ଜାଗାରେ ଥର୍ମାଲ ଇମୋଜିଂ କ୍ୟାମେରା ଲଗାଇଥିଲେ । ଯାହାଦ୍ୱାରା ଜ୍ୱର ହୋଇଥିବା ଲୋକଙ୍କ ଚିହ୍ନଟ ତୁରନ୍ତ ହୋଇପାରୁଥିଲା । ରେଷ୍ଟୁରାଣ୍ଟ ମାନଙ୍କରେ ମଧ୍ୟ ଜ୍ୱର ଯାଞ୍ଚ କରିବା ପରେ ଗ୍ରାହକମାନଙ୍କୁ ଭିତରକୁ ଯିବାକୁ ଅନୁମତି ଦିଆଯାଉଥିଲା ।
ଭାଇରାଲ ହେଲା ହାତର ବ୍ୟବହାର
ଦକ୍ଷିଣ କୋରିଆର ବିଶେଷଜ୍ଞମାନେ ଲୋକଙ୍କୁ ସଂକ୍ରମଣରୁ କିପରି ଦୂରେଇ ହେବ ଏଥିପାଇଁ ହାତର ବ୍ୟବହାର ନେଇ ଏକ ଭିନ୍ନ ତରିକା ବତାଇଛନ୍ତି । ଯାହା ବିଶ୍ୱରେ ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁ ବ୍ୟକ୍ତିମାନେ ଡାହାଣ ହାତରେ କାମ କରୁଥିଲେ ସେମାନଙ୍କୁ ବାମ ହାତରେ ମୋବାଇଲ୍‌ ଧରିବା, ଦୁଆର ଖୋଲିବା, ଅନ୍ୟ ଛୋଟବଡ଼ କାମ କରିବା ସମ୍ପର୍କରେ ପରାମର୍ଶ ଦିଆଯାଇଥିଲା । ସେହିପରି ବାମ ହାତରେ କାମ କରୁଥିବା ଲୋକଙ୍କୁ ଡାହାଣ ହାତରେ କାମ କରିବାକୁ ପରାମର୍ଶ ଦିଆଯାଉଥିଲା । ଏହା ଏଥିପାଇଁ କରାଯାଉଥିଲା ଯେ, ଆମେ ଯେଉଁ ହାତକୁ ଅଧିକ ଦୈନନ୍ଦିନ କାର୍ଯ୍ୟରେ ବ୍ୟବହାର କରିଥାଉ ସେହି ହାତଟି ପ୍ରଥମେ ମୁଁ ନିକଟକୁ ଯାଇଥାଏ ।
ବିଶ୍ୱରେ ଏହି ମହାମାରୀ ଚିହ୍ନଟ ପରେ ତ୍ୱରିତ ପଦକ୍ଷେପ ଭାବେ ଦକ୍ଷିଣ କୋରିଆ ସରକାର ନିଜ ଦେଶର ଔଷଧ କମ୍ପାନୀମାନଙ୍କ ସହ ମିଶି ଟେଷ୍ଟିଂ କିଟ୍‌ର ଉତ୍ପାଦନ ବଢାଇଥିଲା । ଯେତେବେଳେ ଦେଶରେ ଏହି ମାମଲା ଜୋର ଧରିଲା ସେତେବେଳେ ଟେଷ୍ଟିଂ କିଟ୍‌ ସହଜରେ ଉପଲବ୍ଧ ହୋଇପାରିଥିଲା । ବର୍ତ୍ତମାନ ଦକ୍ଷିଣ କୋରିଆରେ ଦୈନିକ ୧ଲକ୍ଷ ଟେଷ୍ଟିଂ କିଟ୍‌ ଉତ୍ପାଦନ ହେଉଥିଲା ବେଳେ ୧୭ଟି ଦେଶକୁ ଏହାର ରତ୍ପାନୀ ଆରମ୍ଭ ହୋଇଛି ।
ବଡ଼କଥା ହେଉଛି କରୋନା ସଂକ୍ରମଣ ମାମଲା ମିଳିବା ପରେ ଦକ୍ଷିଣ କୋରିଆରେ ଗୋଟିଏ ଦିନ ପାଇଁ ମଧ୍ୟ ବଜାର ବନ୍ଦ କରାଯାଇନାହିଁ । ମଲ୍‌, ଷ୍ଟୋର, ଛୋଟବଡ ଦୋକାନ ନିୟମିତ ଭାବେ ଖୋଲିଛି । ଲୋକଙ୍କୁ ବାହାରକୁ ଯିବାକୁ ଏବଂ ବାହାରେ ଅନ୍ୟ କାମ ପାଇଁ ମଧ୍ୟ କଟକଣା ଜାରି କରାଯାଇନାହିଁ । ଏବେ ଦକ୍ଷିଣ କୋରିଆରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ପ୍ରଶାସନ କରୋନା ବିରୋଧରେ ଲଢେଇ ଜିତିସାରିଥିବା କୁହାଯାଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*