ବିଶ୍ୱ ଡେଣ୍ଟାଲ୍ ସମ୍ମିଳନୀରେ ସୋଆ ଡେଣ୍ଟାଲ୍ ଡିନ୍ ସମ୍ମାନିତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଡେଣ୍ଟାଲ୍ ସାଇନ୍ସେସ୍ର ଡିନ୍ ପ୍ରଫେସର ନୀତା ମହାନ୍ତି ବେଷ୍ଟ ଡେଣ୍ଟାଲ୍ ଆଡ୍ମିନିଷ୍ଟ୍ରେଟର୍ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ପ୍ରଫେସର ମହାନ୍ତିଙ୍କୁ ମାଲେସିଆର କୁଆଲାଲାମ୍ପୁରଠାରେ ଅନୁଷ୍ଠିତ ବିଶ୍ୱ ଡେଣ୍ଟାଲ୍ ସମ୍ମିଳନୀରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । କୁଆଲାଲାମ୍ପୁରର ପୁଟ୍ରା ୱାର୍ଲ୍ଡ ଟ୍ରେଡ୍ ସେଣ୍ଟର୍ଠାରେ ଆୟୋଜିତ ଏହି ସମ୍ମିଳନୀର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ପ୍ରଫେସର ମହାନ୍ତିଙ୍କୁ ସମ୍ମାନିତ କରାଯାଇଥିଲା । ଆଇଡିଏସ୍ର ଡିନ୍ ଭାବେ ତାଙ୍କ ଅବଦାନ ନିମନ୍ତେ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମାଲେସିଆର ସ୍ୱାସ୍ଥ୍ୟ ମନ୍ତ୍ରୀ ୱାଇବି ଡାକୁଟ ସେରି ଡ. ହାଜି ଜୁଲ୍କେଫ୍ଲି ଅହମ୍ମଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ସମ୍ମିଳନୀର ଥିମ୍ ରହିଥିଲା “ଦନ୍ତବିଦ୍ୟାର ଭବିଷ୍ୟତ ପନ୍ଥା’ । ପ୍ରଫେସର ମହାନ୍ତି ‘ଦନ୍ତବିଦ୍ୟାର ଜ୍ଞାନ ଏବଂ ଏହାର ପ୍ରୟୋଗ’ ସମ୍ପର୍କରେ ତାଙ୍କର ସନ୍ଦର୍ଭ ଉପସ୍ଥାପନ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*