ବିଶ୍ୱ ଜିଡିପି ହାର କମିପାରେ ୧.୫ପ୍ରତିଶତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ୱାଶିଂଟନ

କରୋନା ଭାଇରସ୍‌ କାରଣରୁ ଚଳିତ ବର୍ଷ ବିଶ୍ୱର ଅଭିବୃଦ୍ଧି ହାର ୧.୫ପ୍ରତିଶତ କମିପାରେ । ଇନଷ୍ଟିଚୁ୍ୟଟ୍‌ ଅଫ୍‌ ଇଣ୍ଟରନ୍ୟାସନାଲ୍‌ ଫାଇନାନ୍ସ ପକ୍ଷରୁ ଜାରି ରିପୋର୍ଟରେ ଏହି ସୂଚନା ଦିଆଯାଇଛି । ଏହି ସଂସ୍ଥା ୨୦୨୦ ପାଇଁ ବିଶ୍ୱ ଅଭିବୃଦ୍ଧି ଅନୁମାନକୁ ୨.୬ପ୍ରତିଶତରୁ ହ୍ରାସ କରି ୦.୪ପ୍ରତିଶତ କରିଛି । ରିପୋର୍ଟରେ କୁହାଯାଇଛି ଯେ, କରୋନାକୁ ନେଇ ବର୍ତ୍ତମାନ ବଡ଼ ଅନିଶ୍ଚିତତା ଦେଖାଦେଇଛି । ଏହା ସ୍ପଷ୍ଟ ହେଉନାହିଁ ଯେ, ଦେଶମାନଙ୍କରେ ଲକଡାଉନ୍‌ ସ୍ଥିତି କେତେ ଦିନ ପର୍ଯ୍ୟନ୍ତ ଚାଲିବ । ଏହା ସମ୍ପର୍କରେ ମଧ୍ୟ କିଛି କହି ହେଉନାହିଁ ଯେ, କ୍ୱାରେଣ୍ଟାଇନ୍‌ ସ୍ଥିତି ଶେଷ ହେବା ପରେ ଉପଭୋକ୍ତା ଏବଂ ନିବେଶ ସମ୍ପର୍କିତ ଗତିବିଧି ଧାରାକୁ ଫେରିବାକୁ କେତେ ସମୟ ଲାଗିବ । ତେଣୁ ଆଗକୁ ବଡ଼ ବିପଦର ସମ୍ଭାବନା ଥିବା ବିଷୟ ଏଡ଼ାଇ ଯାଇ ହେବ ନାହିଁ । ରିପୋର୍ଟରେ ଆହୁରି ଉଲ୍ଲେଖ କରାଯାଇଛି ଯେ, ଆମେରିକା ଏବଂ ୟୁରୋପର ଅନେକ ଦେଶ ପୂର୍ବରୁ ମାନ୍ଦାବସ୍ଥାରେ ଅଛନ୍ତି । ତେଣୁ ଆଗକୁ ବିଶ୍ୱ ଅଭିବୃଦ୍ଧି ହାର ବଡ଼ ପ୍ରଭାବିତ ହୋଇପାରେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*