ବିବାହ ପରେ ବି ଛାଡିବିନି ରାଜନୀତି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଲକ୍ଷ୍ନୌ
ଅଦିତି ସିଂଙ୍କୁ ନେଇ ଚର୍ଚ୍ଚା ଜାରି । ପ୍ରଥମେ ଅଦିତି କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀଙ୍କୁ ବିବାହ କରିବେ ବୋଲି କୁହାଯାଉଥିଲା । ଏବେ ୨୧ତାରିଖରେ ତାଙ୍କର ବିବାହ ହେବାକୁ ଯାଉଛି ପଞ୍ଜାବର କଂଗ୍ରେସ ବିଧାୟକ ଅଙ୍ଗଦ ସିଂ ସୈନିଙ୍କ ସହ । ଯେହେତୁ ଅଦିତି କଂଗ୍ରେସର ଗଡ଼ କୁହାଯାଉଥିବା ରାୟବରେଲି ସଦରର କଂଗ୍ରେସ ବିଧାୟିକା ସେହି କାରଣରୁ ବିବାହ ପରେ ରାୟବରେଲିରେ ଅଦିତିଙ୍କ ଅନୁପସ୍ଥିତି ଦଳକୁ କ୍ଷତି ପହଞ୍ଚାଇବ କି, ନେଇ ଚର୍ଚ୍ଚା ଜୋରରେ ।
ଏହି ଚର୍ଚ୍ଚାକୁ ଖନ୍ଦନ କରିଛନ୍ତି ଅଦିତି । ସେ କହିଛନ୍ତି ଯେ, ମୋ ହୃଦୟ ସମ୍ପୂର୍ଣ୍ଣ ଭାବେ ରାୟବରେଲି ପାଇଁ ସମର୍ଥିତ । ଏହା ମୋର ଜନ୍ମମାଟି । ବିବାହ ମୋ ପାଇଁ ଏକ ନୂଆ ଶୁଭାରମ୍ଭ । ତେବେ ରାୟବରେଲିକୁ ମୁଁ ଛାଡି ପାରିବି ନାହିଁ । ବିବାହ ପରେ ମଧ୍ୟ ରାୟବରେଲି ପାଇଁ ମୋର ସେହି ମାତ୍ରାର ଭଲ ପାଇବା ଓ ଦାୟିତ୍ୱବୋଧ ରହିବ ଯାହା ବର୍ତ୍ତମାନ ପାଇଁ ଅଛି । ବିବାହ ପରେ ମୋର ରାଜନୈତିକ ଇନିଂସ ଶେଷ ହୋଇଗଲା ବୋଲି ଯାହା କୁହାଯାଉଛି ତାହା ଭୁଲ ଅଟେ । ରାୟବରେଲି ଦାୟିତ୍ୱରେ ମୁଁ ଅଛି, ମୁଁ ମୋ ଦାୟିତ୍ୱକୁ ସଠିକ୍‌ ଭାବେ ପାଳନ କରିବି । ସେ ଆହୁରି ମଧ୍ୟ କହିଛନ୍ତି ଯେ,କାହିଁକି ସବୁବେଳେ ବିବାହ ପରେ ମହିଳାଙ୍କୁ ହିଁ ପ୍ରଶ୍ନ କରାଯାଇଥାଏ । ବିବାହ ପରର କ୍ୟାରିୟର ଏବଂ ଘର ପରିବାର ସନ୍ତୁଳନକୁ ନେଇ କାହିଁକି ମହିଳାଙ୍କୁ ପ୍ରଶ୍ନ କରାଯାଏ । ହେଲେ ବୁଝିବା ଦରକାର ଯେ, ମହିଳାଙ୍କ ନିକଟରେ ସ୍ୱତନ୍ତ୍ର କ୍ଷମତା ରହିଛି, ଯାହା ଦ୍ୱାରା ସେମାନେ ଘର-ପରିବାର ଓ ବାହାର ଦାୟିତ୍ୱକୁ ସମ୍ଭାଳିପାରିବେ । ମୁଁ ଏହା ମଧ୍ୟ କରିବି । ଦାୟିତ୍ୱରେ ଅବହେଳା କରିବାର ପ୍ରଶ୍ନ ଉଠୁନାହିଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*