ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ପ୍ରତିଶ୍ରୁତି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ବାଲେଶ୍ୱର

ବାଲେଶ୍ୱର ଗସ୍ତ ଅବସରରେ ଓଡ଼ିଶା ବିଧାନସଭାର ପଞ୍ଚମ ଷ୍ଟାନ୍ଦିଂ କମିଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ବାଲେଶ୍ୱରର କେତେକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ ସହ ସ୍ୱାସ୍ଥ୍ୟସେବା ସମ୍ପର୍କରେ ସମୀକ୍ଷା କରିଥିଲେ । କମିଟି ଅଧ୍ୟକ୍ଷ ତଥା ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ରଙ୍କ ନେତୃତ୍ୱରେ ଆସିଥିବା ୮ ଜଣିଆ କମିଟି ରେମୁଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବୁଲି ଦେଖିବା ପରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଡାକ୍ତର ଓ ଷ୍ଟାଫ୍ଙ୍କ ଆଭାବ ଯୋଗୁଁ ମୁଖ୍ୟ ଡାକ୍ତରଖାନା ସମେତ ଜିଲ୍ଲାର ପ୍ରାୟ ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟସେବା ପ୍ରଭାବିତ ହୋଇଥିବା କମିଟି ଅଧ୍ୟକ୍ଷ ଶ୍ରୀ ପାତ୍ର ସ୍ୱୀକାର କରିଥିଲେ । ଜିଲ୍ଲା ସମେତ ବାହାର ରାଜ୍ୟରୁ ମଧ୍ୟ ରୋଗୀମାନେ ଉନ୍ନତ ସେବା ଆଶାରେ ବାଲେଶ୍ୱର ହସପିଟାଲକୁ ଆସୁଛନ୍ତି । ଏଭଳି ସ୍ଥିତିରେ ଆବଶ୍ୟକ ଭିତ୍ତିଭୂମିର ସାଙ୍ଗକୁ ଡାକ୍ତର ଓ ନର୍ସଙ୍କ ଅଭାବ ଯୋଗୁଁ ଚିକିତ୍ସା କ୍ଷେତ୍ରରେ ବ୍ୟାପକ ଅନିୟମିତତା ସୃଷ୍ଟି ହୋଇଥିବା ସେ କହିଥିଲେ । ଏ ସମ୍ପର୍କରେ ସବିଶେଷ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବା ସହ ଖୁବଶୀଘ୍ର ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କମିଟି ଅଧ୍ୟକ୍ଷ ଶ୍ରୀ ପାତ୍ର ପ୍ରତିଶ୍ରୁତି ଦେଇଥିଲେ । ତେବେ ଜିଲ୍ଲାର ଭୁଶୁଡ଼ି ପଡ଼ିଥିବା ସାମ୍ପ୍ରତିକ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ବିଧାୟକ ମଦନ ମୋହନ ଦତ୍ତ ଉଦ୍ବେଗ ପ୍ରକାଶ କରିଥିଲେ । ଏଥିସହିତ ଜିଲ୍ଲାର ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଚାଲିଥିବା ପୁଷ୍ଟୀକରଣ ଯୋଜନା, ଅଗ୍ରଗତି, ଜିଲ୍ଲାର ୭ଟି ପଞ୍ଚାୟତରେ ଦେଖାଦେଇଥିବା ଫ୍ଲୋରାଇଡ ଜଳ ସମସ୍ୟାର ସମାଧାନ ଆଦି ବିଷୟ ଉପରେ ଏହି ବୈଠକରେ ଆଲୋଚନା କରାଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*