ବିପଦସଙ୍କୁଳ ଅବସ୍ଥାରେ ଝୁଲିରହିଛି ତାର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ସାଲେପୁର

ରାଜ୍ୟର ବିଭିନ୍ନ ସ୍ଥାନରେ ବହୁ ସମୟରେ ବିପଦ ସଙ୍କୁଳ ଅବସ୍ଥାରେ ଥିବା ବିଦୁ୍ୟତ୍ ତାର ଓ ଟ୍ରାନ୍ସଫ୍ରର୍ମର ସଂସ୍ପର୍ଶରେ ଆସି ବହୁ ଧନଜୀବନ ହାନୀ ଘଟୁଥିବା ବେଳେ ବିଦୁ୍ୟତ୍ ବିଭାଗର ନିଦ ଭାଙ୍ଗୁନି । ଏବେବି ସାଲେପୁର ବିଦୁ୍ୟତ୍ ଡିଭିଜନ୍ ଅଧିନରେ ଥିବା ବିଭିନ୍ନ ଗ୍ରାମମାନଙ୍କରେ ବିଦୁ୍ୟତ୍ ତାର ଝୁଲି ରହିଥିବା ବେଳେ ଖୋଲା ମେଲାରେ ଥିବା ବିଦୁ୍ୟତ୍ ଟ୍ରାନ୍ସଫ୍ରର୍ମରମାନ ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି ।
ସାଲେପୁର ବିଦୁ୍ୟତ୍ ଡିଭିଜନ୍ ଅଧିନରେ ଥିବା ଜପକୁଦ, ଛାଣିପୁର, ରାଇସୁଙ୍ଗୁଡା, ମନୋହରପୁର, କୁସମ୍ବୀ, ପିକୋଳ, ବୋଦାମୁନ୍ଦାଇ, ଚନ୍ଦ୍ରାଦେଇପୁର, ଲୁଣାହାର, ମାଛୁଆତି, ରୋଧପୁର, ବଟେଶ୍ୱର, ଶିଶୁଆ, ନଇଗୁଆଁ, ନାନେ୍ଦାଳ, ବଲ୍ଲଭପୁର, ସପନପୁର, ରାଘବପୁର, ତେନ୍ତୋଳ, କୋଲଣପୁର, ବାହାରପଡା ସମେତ ଦ୍ୱିପାଞ୍ଚଳର ପୁରୁଣାହାଟ, ରଟିଲୋ, ସୁଧଖନ୍ଦ, ତରିତୋର ବିଭିନ୍ନ ଅଞ୍ଚଳରେ ବିଦୁ୍ୟତ୍ ତାର ରାସ୍ତା ଉପରକୁ ଝୁଲିକି ରହିଛି । ଭବିଷ୍ୟତରେ ଯଦି ଏହି ବିପଦ ସଙ୍କୁଳ ତାରକୁ ନେଇ ଯଦି କୌଣସି ଅଘଟଣ ଘଟେ ତେବେ ବହୁ ଧନଜୀବନ ହାନୀ ହେବାର ଆଶଙ୍କା ରହିଛି ।
ସେହିପରି ସାଲେପୁର ବିଦୁ୍ୟତ୍ ଡିଭିଜନ ଅନ୍ତର୍ଗତ ସାଲେପୁର ହାଇସ୍କୁଲ ଖେଳ ପଡିଆ, ସାଲେପୁର ହାଟ ନିକଟ, ଏସ୍ଡିପିଓ କାର୍ଯ୍ୟାଳୟ ନିକଟରେ, ବଲ୍ଲଭପୁର ମହାନ୍ତି ସାହି ଛକ, ସପନପୁର ଛକ, କଣ୍ଟାସାହିଛକ ନିକଟରେ ସମେତ ବିଭିନ୍ନ ସ୍ଥାନରେ ସ୍ଥାପନ କରାଯାଇଥିବା ଟ୍ରାନ୍ସଫର୍ମ ଗୁଡିକ ଖୋଲା ଭାବରେ ରହିଅଛି । ନିୟମ ଅନୁଯାୟୀ ଟ୍ରାନ୍ସଫର୍ମର ଚାରିପଟରେ ସୁରକ୍ଷା ବାଡ ନିର୍ମାଣ କରାଯାଇ ବିଦୁ୍ୟତ୍ ସଂଯୋଗ କରିବାର ନିୟମ ଥିବାବେଳେ ସାଲେପୁର ବିଦୁ୍ୟତ୍ ବିଭାଗପକ୍ଷରୁ ଏକାଧିକ ସ୍ଥାନରେ ଖୋଲାମେଲାରେ ଟ୍ରାନ୍ସଫର୍ମର ବସାଯାଇଛି । ଫଳରେ ଅଧିକାଂଶ ସମୟରେ ଏହି ଟ୍ରାନ୍ସଫର୍ମର ସଂସ୍ପର୍ଶରେ ବହୁ ଛେଳିଗୋରୁ ଆସି ମୃତୁ୍ୟ ମୁଖରେ ପଡୁଛନ୍ତି । ବିଦୁ୍ୟତ୍ ବିଭାଗ ଏ ଦିଗରେ ଦୃଷ୍ଟିଦେଇ ସାଲେପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ବିପଦ ସଙ୍କୁଳ ଅବସ୍ଥାରେ ଥିବା ବିଦୁ୍ୟତ୍ ତାର ଓ ଟ୍ରାନ୍ସଫର୍ମର ଗୁଡିକର ସୁରକ୍ଷା ବ୍ୟବସ୍ଥା କରିବାପାଇଁ ଦାବି ହୋଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*