ବିଦ୍ୟାର୍ଥୀଙ୍କ ପାଇଁ ବିଭୂତିଙ୍କ ବଦାନ୍ୟତା ପକେଟ ଖର୍ଚ୍ଚ କାଟି ସବୁ ପିଲାଙ୍କୁ ଯୋଗାଇଦେଲେ ବହି ଓ ଖାତା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର
ଗଛରେ ବ୍ୟାଗ୍ ଝୁଲାଇ କଙ୍କି ପଛରେ ବୁଲୁଥିବା ପିଲାଙ୍କ ସ୍କୁଲ୍ ମୁହାଁ ଖବର ଶୁଣି ଉତ୍ସାହିତ ହୋଇପଡ଼ିଥିବା ଜଣେ ଯୁବକ ନିଜ ପକେଟ ଖର୍ଚ୍ଚ କାଟି ସବୁ ପିଲାଙ୍କ ପାଇଁ ବର୍ଷ ସାରାର ଖାତା ବହି ଖର୍ଚ୍ଚ ଭରଣା କରିବାକୁ ଆଗକୁ ଆସିଛନ୍ତି । ବିଦ୍ୟାର୍ଥୀଙ୍କ ପାଇଁ ବଦାନ୍ୟତା ଦେଖାଇଥିବା ଏହି ଯୁବକଙ୍କୁ ନେଇ ସ୍କୁଲ୍ ଠାରୁ ଗାଁ ପର୍ଯ୍ୟନ୍ତ ସବୁଠି ପ୍ରଶଂସା କରାଯାଉଛି ।
ପିଲାଙ୍କୁ ପାଠପଢାରେ ସହାୟତା କରିଥିବା ଏହି ଯୁବକ ଜଣକ ହେଉଛନ୍ତି ବିଭୂତି ସେନାପତି । ବିଭୂତିଙ୍କ ଘର ଭୁବନେଶ୍ୱର ସାମନ୍ତରାପୁର ଅଞ୍ଚଳରେ । ସହର ଉପକଣ୍ଠ ଆଦିବାସୀପଲ୍ଲୀ କନ୍ଦଳେଇ ଗାଁର ପିଲାମାନେ ନୂଆଦିଲ୍ଲୀର ସାମାଜିକ ସଂଗଠନ ‘ଆଶ୍ରା’ ପ୍ରବର୍ତ୍ତନରେ ଓ ସାମାଜିକ କର୍ମୀଙ୍କ ପ୍ରୋତ୍ସାହନରେ ସ୍କୁଲ୍ ମୁହାଁ ହେଉଥିବା ଶୁଣି ବିଭୂତି ଉତ୍ସାହିତ ହୋଇପଡିଥିଲେ । ପିଲାଙ୍କୁ ଅଧିକ ଉତ୍ସାହିତ କରିବାକୁ ଯାଇ ସେ ଗୋଟିଏ ବର୍ଷ ପାଇଁ ଅବଶ୍ୟକୀୟ ଖାତା, କଲମ, ପେନ୍ସିଲ୍ ଓ ଚକ୍ ଖଡି ଆଦିି ଯୋଗାଇ ଦେଇଛନ୍ତି । ବିଭୂତିଙ୍କ ଏପରି ସହାୟତାକୁ ସ୍ଥାନୀୟ ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପବିତ୍ର ମୋହନ ନାୟକ, ସାମାଜିକ କର୍ମୀ ପି୍ରୟବ୍ରତ ପନ୍ଦା, ଇଂ ବାସୁଦେବ ମିଶ୍ର, ତି୍ରଲୋଚନ ବେଉରା, ସରୋଜକାନ୍ତ ଦାସ, ରମ୍ୟଜିତ୍ ଦାସ ପ୍ରଶଂସା ସହ ସାଧୁବାଦ ଜଣାଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*