ବିଦେଶରୁ ଆସିଥିବା ୬୪ ହଜାରଙ୍କ ପାଇଁ ୨୧ ଦିନ ଲକଡାଉନ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ମଙ୍ଗଳବାର ରାତି ୮ ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ ଦିନର ଲଗଡାଉନ୍‌ ଘୋଷଣା କରିଥିଲେ । ତେବେ ୨୧ ଦିନ ନିଷ୍ପତ୍ତି କ’ଣ ପାଇଁ ନିଆଗଲା ତାହା ହଠାତ୍‌ ଅନେକଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଥିଲା । ଜଣାପଡିଛି ଯେ, ଗତ କିଛିଦିନ ମଧ୍ୟରେ ୬୪ ହଜାରରୁ ଅଧିକ ଲୋକ ବିଦେଶରୁ ଭାରତକୁ ଆସୁଛନ୍ତି । ଏହି ସଂକ୍ରମଣ ବିଦେଶରୁ ଭାରତରେ ପ୍ରବେଶ କରିଛି । ସେମାନଙ୍କ ଭାରତ ପ୍ରବେଶ ଅନ୍ୟ ଭାରତୀୟଙ୍କ ପାଇଁ ବିପଦର କାରଣ । ଆଉ ଏହାକୁ ଦୃଷ୍ଟିରେ ରଖି ନିଆଯାଉଛି କଠୋର ପଦକ୍ଷେପ ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ ଯେଉଁ ତଥ୍ୟ ଏବେ ପଦାକୁ ଆସୁଛି ତାହା ବେଶ ଚିନ୍ତା ସୃଷ୍ଟି କରେ । ଏବେ ଭାରତରେ ସଂକ୍ରମଣଙ୍କ ସଂଖ୍ୟା ବଢିବାରେ ଲାଗିଛି । ବିଦେଶରୁ ଅଧିକରୁ ଅଧିକ ଲୋକ ଭାରତ ଫେରିଛନ୍ତି । ତେଣୁ ଭାରତ ପାଇଁ ବିପଦ ସୃଷ୍ଟି ହେଉଛି । ଲକ୍‌ଡାଉନ୍‌ ନିଷ୍ପତ୍ତି ନେବାର ସବୁଠୁ ବଡ଼ କାରଣ ହେଉଛି ଲୋକଙ୍କ ଦାୟିତ୍ୱହୀନତା । କୁହାଯାଉଛି ଯେ, ବିଦେଶରୁ ଆସିଥିବା କିଛି ଲୋକେ ସରକାର ଓ ପ୍ରଶାସନର ପଦକ୍ଷେପକୁ ଅଣଦେଖା କରି ରାସ୍ତାରେ, ଟ୍ରେନରେ ବୁଲୁଥିଲେ । ସେମାନଙ୍କ ଠାରୁ ଅନ୍ୟମାନଙ୍କୁ ଏହି ରୋଗ ସଂକ୍ରମଣ ହେବାର ୧୦୦ ପ୍ରତିଶତ ସମ୍ଭାବନା ରହିଛି । ବିଦେଶରୁ ଫେରିଥିବା ଲୋକଙ୍କ ମଧ୍ୟରୁ ୮ ହଜାରଙ୍କୁ ୧୪ ଦିନ ପାଇଁ କ୍ୟାମ୍ପରେ ରଖାଯାଇଥିଲା ବେଳେ ବାକି ମାନେ ହୋମ କ୍ୱାରେଣ୍ଟାଇନରେ ରହିଛନ୍ତି । ୨୧ଦିନ ପଛର କାରଣ ହେଉଛି ଯଦି କୌଣସି ବିଦେଶ ଫେରନ୍ତା ବାହାରେ ବୁଲିବେ ତେବେ ତାଙ୍କ ଠାରୁ ଅନ୍ୟମାନଙ୍କୁ ଭାଇରସ୍‌ ସଂକ୍ରମଣ ହେବନାହିଁ । ସେହିପରି ଏହା ଲକ୍ଷଣ ୧୪ ଦିନ ମଧ୍ୟରେ ଜଣା ମଧ୍ୟ ପଡିବ । ଏହି ସମୟରେ ସେମାନଙ୍କର ଚିକିତ୍ସା ଆରମ୍ଭ ହୋଇଥିବ । ଆଉ ପୂର୍ବରୁ ଯେଉଁମାନେ ପଜିଟିଭି ଅଛନ୍ତି ସେମାନଙ୍କର ଚିକିତ୍ସା ପୂରା ହୋଇସାରିଥିବ । ମୋଦୀଙ୍କ ଏହି ଘୋଷଣା ସମ୍ପର୍କରେ ଆଇସିଏମ୍‌ଆର୍‌ ମୁଖିଆ ବଳରାମ ଭାର୍ଗବ କହିଛନ୍ତି ଯେ, କରୋନା ସଂକ୍ରମଣର ଚେନକୁ ଭାଙ୍ଗିବା ପାଇଁ ଏହି ଲକ୍‌ଡାଉନ୍‌ କରାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*