ବିଜୁଳି ତାରରେ ଝୁଲିଲେ ଯୁବକ, ଉଦ୍ଧାର ପାଇଁ ଆସିଲା ଟ୍ରେନ୍‌ ଇଞ୍ଜିନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଗୋୱାଲିୟର

ମଧ୍ୟପ୍ରଦେଶର ଡବରା ରେଳଷ୍ଟେସନରେ ମଙ୍ଗଳବାର ଏକ ଭିନ୍ନ ପରିସ୍ଥିତି ସୃଷ୍ଟି ହୋଇଥିଲା । ଜଣେ ଯୁବକ ଏକ ହାଇଟେନ୍‌ସନ୍‌ ତାରକୁ ଝୁଲି ଦୀର୍ଘ ସମୟ ରହିଥିଲେ । ପରେ ତାଙ୍କୁ ଉଦ୍ଧାର ପାଇଁ ପହଞ୍ଚିଥିଲା ଟ୍ରେନ୍‌ ଇଞ୍ଜିନ୍‌ । କୁହାଯାଉଛି ଯେ,ଉକ୍ତ ଯୁବକ ଜଣଙ୍କ ମାନସୀକ ବିକୃତ ଥିଲେ ।
ଜିଆରପି ନିକଟକୁ ଯେତେବେଳେ ହାଇଟେନସନ୍‌ ତାରରେ ଜଣେ ଯୁବକ ଝୁଲିବା ଖବର ମିଳିଲା ସେତେବେଳେ ତୁରନ୍ତ ସେହି ରୁଟ୍‌ରେ ବିଜୁଳି ସଂଯୋଗକୁ କାଟି ଦିଆଯାଇଥିଲା । ଯେଉଁ କାରଣରୁ ଅଧିକାଂଶ ଟ୍ରେନକୁ ବାତିଲ କରାଯାଇଥିଲା । ଅଧିକାରୀମାନେ ଦୁଇଘଣ୍ଟା ଧରି ଉକ୍ତ ଯୁବକଙ୍କୁ ବୁଝାଇଥିଲେ ମଧ୍ୟ ସେ ଓହ୍ଲାଇ ନଥିଲେ । ପରେ ଏକ ଟ୍ରେନ୍‌ ଇଞ୍ଜିନ ଆସି ଯୁବକଙ୍କୁ ଉଦ୍ଧାର କରିଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*