ବାହାଘର ନହୋଇପାରିଲେ ଜବରଦସ୍ତ ମାଡ଼ ମରାଯାଇଥାଏ ପୁଅକୁ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ଜୟପୁର
ବିଶ୍ୱର ବିଭିନ୍ନ ସ୍ଥାନରେ ବିବାହକୁ ନେଇ ଭିନ୍ନଭିନ୍ନ ମାନ୍ୟତା ଓ ପରମ୍ପରା ଦେଖିବାକୁ ମିଳିଥାଏ । ଏହା ମଧ୍ୟରୁ କିଛି ଘଟଣା ବେଶ କିଛି ଅଜବ । ଏପରି ଏକ ଅଜବ ମାନ୍ୟତା ରାଜସ୍ଥାନର ଯୋଧପୁର ସହରରେ ଦୀର୍ଘ ସମୟ ଧରି ଚାଲିଆସିଛି । ଯଦି କୌଣସି ଯୁବକଙ୍କ ବିବାହ ବିଳମ୍ବ ହୁଏ କିମ୍ବା ବିବାହରେ ନିୟମିତ ବାଧା ସୃଷ୍ଟି ହୋଇଥାଏ ତା’ହେଲେ ସେହି ଯୁବକଙ୍କୁ ନିର୍ଧୁମ ମାଡ ମରାଯାଇଥାଏ । ଘରର ମହିଳାମାନେ ହିଁ ମାଡ଼ ମାରିଥାନ୍ତି ।
ଏହାପଛର କାରଣ ହେଉଛି ଯେ, ଯଦି ଘରର ଯୁବକକୁ ବିବାହିତ ମହିଳାମାନେ ମାଡ଼ ମାରନ୍ତି ତ’ହେଲେ ଗୋଟିଏ ବର୍ଷ ମଧ୍ୟରେ ଯୁବକର ବିବାହ ନିଶ୍ଚିତ । ଏହି ମାନ୍ୟତା ଅନେକ ଲୋକଙ୍କୁ ଚକିତ ଓ ଆଶ୍ଚର୍ଯ୍ୟ କରୁଥିଲେ ମଧ୍ୟ ଯୋଧପୁରରେ ଆଜି ବି ଏହିଧାରା ଦେଖିବାକୁ ମିଳୁଛି । ଏହାକୁ ବିଶ୍ୱାସ କରୁଥିବା ଲୋକଙ୍କ କହିବା ଅନୁସାରେ ଆମେସବୁ ଏହାର ପ୍ରମାଣ ଦେଖିସାରିଛୁ । ଅନେକ ସମୟରେ ମାଡ଼ ମାରିବାର କିଛି ମାସ ମଧ୍ୟରେ ବିବାହ ସ୍ଥିର ହୋଇଛି । ନୂଆ ପୀଢି ମଧ୍ୟ ଏହି ପରମ୍ପରାକୁ ଆଗକୁ ନେବା ଦରକାର ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*