ବାଲି ଚାଲାଣକୁ ନେଇ ମାଡପିଟ୍, ୨ଗୁରୁତର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ରସୁଲପୁର

ରସୁଲପୁର ବ୍ଲକ ଅନ୍ତର୍ଗତ ରାଜେନ୍ଦ୍ରପୁର ପଞ୍ଚାୟତ ନିକଟସ୍ଥ ବ୍ରାହ୍ମଣୀ ନଦୀରୁ ବାଲି ଚାଲାଣକୁ ନେଇ ୨ଗୋଷ୍ଠି ମଧ୍ୟରେ ମାଡପିଟ୍ ହୋଇଛି । ଏ ନେଇ ଉଭୟ ଗୋଷ୍ଠିରୁ ଜଣେ ଲେଖାଏଁ ଗୁରୁତର ଆହତ ହୋଇ ଭିନ୍ନଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଆହତକମାନେ ହେଲେ ଏହି ପଞ୍ଚାୟତ ଗଙ୍ଗାଧରପୁର ଗ୍ରାମର ସୁରେଶ ଜେନା(୩୬) ଓ କରଜଙ୍ଗା ଗ୍ରାମର ନିଳାମ୍ବର ପରିଡା(୪୨)ବୋଲି ଜଣାପଡିଛି ।
ବାଲିଘାଟରୁ ଭାରି ଯାନରେ ବାଲି ପରିବହନ କରାଯାଉଛି । ଭାରିଯାଜ ଯୋଗୁଁ ଗାଁ ରାସ୍ତା ଖରାପ ହୋଇଯାଇଛି ବିଶେଷକରି ହାଟସାହି-କରଜଙ୍ଗା ଉ.ପ୍ରା ବିଦ୍ୟାଳୟ ରାସ୍ତା ଖରାପ ହୋଇଯାଇଛି । ଏହି ରାସ୍ତା ଦେଇ ଦୈନିକ ଶତାଧିକ ଛାତ୍ରୀଛାତ୍ର ଯାତାୟତ କରୁଛନ୍ତି । ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବା ସହ ଯାତାୟତରେ ବାଧା ସୃଷ୍ଟି ହେଉଛି । ଏହାକୁ ଗ୍ରାମବାସୀ ବିରୋଧ କରିଆସୁଛନ୍ତି । ଏ ନେଇ ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ କ୍ଷେତ୍ର ପରିଦର୍ଶନ କରିବା ସହ ବିଦ୍ୟାଳୟ ରାସ୍ତାକୁ ତୁରନ୍ତ ମରାମତି କରିବା ପାଇଁ ବାଲି ପରିବହନ ସଂସ୍ଥାକୁ ତାଗିଦ୍ କରିଥିଲେ । ଫଳରେ ଆଜି ସଂସ୍ଥା ପକ୍ଷରୁ ନିଜସ୍ୱ ଖର୍ଚ୍ଚରେ ରାସ୍ତା ନିର୍ମାଣ କରାଯାଉଥିଲା । ଉକ୍ତ ରାସ୍ତା ଦେଇ ନିଳାମ୍ବର ଯାଉଥିବା ସମୟରେ ବାଲି ପରିବହନ ସଂସ୍ଥା ସହ ସଂପୃକ୍ତ ଥିବା ବ୍ୟକ୍ତିଗଣ ତାକୁ କମେଣ୍ଟ ମାରିଥିଲେ । ଏହାକୁ ସେ ବିରୋଧ କରିବାରୁ ସେମାନଙ୍କ ମଧ୍ୟରେ ବଚସାରୁ ମାଡପିଟ୍ ପର୍ଯ୍ୟନ୍ତ ଯାଇଥିଲା । ଉକ୍ତ ଗନ୍ଦଗୋଳରେ ସୁରେଶ ଓ ନିଳାମ୍ବର ଗୁରୁତର ଆହତ ହୋଇଛନ୍ତି । ଏ ସଂପର୍କରେ ସୁରେଶ ଓ ନିଳାମ୍ବର ପକ୍ଷରୁ ତାର ଭାଉଜ ମମତା ପରିଡା କୁଆଖିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତିକରି ପୁଲିସ ଥାନାରେ କେସ୍ ନଂ-୩୪୫/୧୯ରେ ଏକ ମାମଲା ରୁଜୁ କରାଯାଇ ଥିବା ବେଳେ ମମତା ଅଭିଯୋଗ ଆଧାରରେ କେସ୍ ନଂ-୩୪୬/ରେ ଦୁଇଟି ପୃଥକ ମାମଲା ରୁଜୁ କରାଯାଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରଖିଛି । ପ୍ରକାଶ ଥାଉ କି ଏହି ପଞ୍ଚାୟତରେ ବିଭିନ୍ନ ଘଟଣାକୁ କେନ୍ଦ୍ରକରି ଗନ୍ଦଗୋଳମାନ ଉପୁଜୁଛି । ମାତ୍ର ପୁଲିସ ପକ୍ଷରୁ ଅଭିଯୁକ୍ତମାନଙ୍କୁ ଧରାଯାଉ ନଥିବାରୁ ଗୋଟାକ ପରେ ଗୋଟାଏ ଗନ୍ଦଗୋଳ ଉପୁଜୁଛି । ମାତ୍ର ଏଠାରେ ଗନ୍ଦଗୋଳ ଭିଆଉଥିବା ଅଭିଯୁକ୍ତମାନଙ୍କୁ ପୁଲିସ ନ ଧରିବାକୁ ନେଇ ପୁଲିସର କାର୍ଯ୍ୟଶୈଳିକୁ ନେଇ ସାଧାରଣରେ ସନେ୍ଦହ ସୃଷ୍ଟି ହେଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*