ଫ୍ଲୋର ଟେଷ୍ଟ ପରେ ଅଜିତ୍‌ ହୋଇପାରନ୍ତି ଉପ ମୁଖ୍ୟମନ୍ତ୍ରୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ:ମୁମ୍ବାଇ
ଉଦ୍ଧବ ଥାକ୍‌ରେ ମୁଖ୍ୟମନ୍ତ୍ରୀ ବନିବା ପରେ ଉପ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ସସ୍‌ପେନ୍ସ ଜାରି ରହିଛି । ଏହି ପଦ ପାଇଁ ରାକପାର ଅଜିତ୍‌ ପାୱାର ପ୍ରମୁଖ ଦାବିଦାର ଥିବା ମଧ୍ୟ କୁହାଯାଉଛି ।
ରାକପାର ଜଣେ ବରିଷ୍ଠ ନେତା କହିଛନ୍ତି ଯେ, ଫ୍ଲୋର ଟେଷ୍ଟ ପରେ ଅଜିତ ପାୱାରଙ୍କୁ ଉପ ମୁଖ୍ୟମନ୍ତ୍ରୀ ଘୋଷିତ କରାଯାଇପାରେ । ଗୁରୁବାର ଶପଥ ଗ୍ରହଣ ସମୟରେ ଅଜିତଙ୍କୁ ଏହି ପଦର ଶପଥ ଦିଆଯାଇଥାନ୍ତା । ମାତ୍ର ପରେ ନିଷ୍ପତ୍ତି ହୋଇଛି ଯେ, ମନ୍ତ୍ରିମନ୍ଦଳ ସମ୍ପ୍ରସାରଣ ସମୟରେ ତାଙ୍କୁ ସାମିଲ କରାଯିବ । ଏହି ନିଷ୍ପତ୍ତି ସର୍ବସମ୍ମତି କ୍ରମେ ନିଆଯାଇଛି । ପୂର୍ବରୁ ଯେଉଁ ସବୁ ଘଟଣା ଘଟିଯାଇଛି ତାକୁ ଭୁଲି ଅଜିତଙ୍କୁ ମନ୍ତ୍ରିମନ୍ଦଳରେ ସାମିଲ କରିବା ପାଇଁ ସମସ୍ତେ ରାଜି ଅଛନ୍ତି । ସୂଚନାଯୋଗ୍ୟ ଯେ, ଦେବେନ୍ଦ୍ର ଫଡ଼ନାଭିସ୍‌ ଯେତେବେଳେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଥିଲେ ସେତେବେଳେ ତାଙ୍କ ସହ ଅଜିତ ପାୱାର ନେଇଥିଲେ ଉପ ମୁଖ୍ୟମନ୍ତ୍ରୀ ପଦର ଶପଥ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*