ଫିଲ୍ମ ଇନ୍ଦଷ୍ଟି୍ର ସହ ମାନ୍ଦାବସ୍ଥାକୁ ଯୋଡିବା ବୟାନକୁ ପ୍ରତ୍ୟାହାର କଲେ ରବିଶଙ୍କର କହିଲେ ମୁଁ ଜଣେ ସମ୍ବେଦନଶୀଳ ବ୍ୟକ୍ତି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ଦେଶର ଆର୍ଥିକ ସ୍ଥିତିକୁ ଫିଲ୍ମ ସହ ଯୋଡିବାର ନିଜ ପୂର୍ବ ବୟାନକୁ ପ୍ରତ୍ୟାହାର କରିନେଇଛନ୍ତି । ସେ କହିଛନ୍ତି ଯେ, ମୁଁ ଜଣେ ସମ୍ବେଦନଶୀଳ ବ୍ୟକ୍ତି । ଏହି କାରଣରୁ ମୋ ଟିପ୍ପଣୀକୁ ପ୍ରତ୍ୟାହାର କରିନେଉଛି । ଶନିବାର ରବିଶଙ୍କର ଆର୍ଥିକ ମାନ୍ଦାବସ୍ଥାକୁ ଫିଲ୍ମର ଆୟ ସହ ଯୋଡିଥିଲେ । ସେ କହିଥିଲେ ଯେ, ତିନୋଟି ହିନ୍ଦୀ ଫିଲ୍ମ ଯଦି ଦିନକରେ ୧୨୦ କୋଟିର କାରବାର କରୁଛନ୍ତି ତେବେ ଦେଶରେ ମାନ୍ଦାବସ୍ଥା କେଉଁଠି?
ରବିଶଙ୍କରଙ୍କ ଏହି ବୟାନକୁ ନେଇ କଂଗ୍ରେସ ସିପିଏମ୍‌ ସମେତ ସମସ୍ତ ବିରୋଧୀ ଦଳ ନିନ୍ଦା କରିଥିଲେ । କଂଗ୍ରେସ ନେତାମାନେ କହିଥିଲେ ଯେ, ମନ୍ତ୍ରୀ ବୟାନ ଦେବା ପୂର୍ବରୁ ଅର୍ଥନୀତିକୁ ପଢିବା ଦରକାର । ଚାରିପଟୁ ସମାଲୋଚନାର ଶିକାର ହେବା ପରେ ରବିଶଙ୍କର ପ୍ରସାଦ ନିଜ ଶବ୍ଦକୁ ପ୍ରତ୍ୟାହାର କରିଥିବା କହିଛନ୍ତି । ସେ କହିଛନ୍ତି ଯେ, ମୁଁ କାଲିର ବୟାନକୁ ହିନ୍ଦୀ ଫିଲ୍ମର ଆୟ ସପ୍ତାହରେ ୧୨୦ କୋଟି ଯାହା କହିଥିଲି ତାହା ତଥ୍ୟାତ୍ମକ ଭାବେ ଠିକ୍‌ ଅଟେ । ମୁଁ ଏହି ବୟାନ ଦେଇଥିଲି କାରଣ ମୁଁ ମୁମ୍ବାଇରେ ଥିଲି । ଦେଶର ଫିଲ୍ମ ଇନ୍ଦଷ୍ଟି୍ରକୁ ନେଇ ଆମେ ଗର୍ବିତ । ଲକ୍ଷାଧିକ ଲୋକଙ୍କୁ ଏହି ଇନ୍ଦଷ୍ଟି୍ର ରୋଜଗାର ଦେଉଛି, ଟିକସ ମାଧ୍ୟମରେ ଦେଶର ବିକାଶରେ ଯୋଗଦାନ କରୁଛି । ସେ ଆହୁରି କହିଥିଲେ ଯେ, ମୋର ଏହି ମନ୍ତବ୍ୟର ଭିଡିଓ ସୋସିଆଲ ମିଡିଆରେ ରହିଛି । ତେବେ ମୁଁ ଦୁଃଖିତ ଯେ, ମୋ ମନ୍ତବ୍ୟର ଗୋଟିଏ ଅଂଶକୁ ଭିନ୍ନ ଭାବେ ଉପସ୍ଥାପିତ କରାଯାଉଛି । ଯେହେତୁ ମୁଁ ଜଣେ ସମ୍ବେଦନଶୀଳ ବ୍ୟକ୍ତି ସେହି କାରଣରୁ ମୁଁ ମୋର ମନ୍ତବ୍ୟକୁ ପ୍ରତ୍ୟାହାର କରିନେଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*