ଫିଚ୍‌ ହ୍ରାସ କଲା ଜିଡିପି ଆକଳନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ରେଟିଂ ଏଜେନ୍ସି ଫିଚ୍‌ ଚଳିତ ଆର୍ଥିକ ବର୍ଷ ପାଇଁ ଭାରତର ଜିଡିପି ଅଭିବୃଦ୍ଧି ହାର ଆକଳନକୁ ହ୍ରାସ କରିଛି । ଫିଚ୍‌ ଏହାକୁ ୫.୫ପ୍ରତିଶତ କରିଛି ।
ଗୁରୁବାର ଫିଚ୍‌ ପକ୍ଷରୁ କୁହାଯାଇଛି ଯେ, ଅଣବ୍ୟାଙ୍କିଂ ଆର୍ଥିକ କମ୍ପାନୀ ମାନଙ୍କରେ ଦେଖାେ ଦଇଥିବା ସଙ୍କଟ ଏବଂ ଋଣ ଦେବା ପରିମାଣ ହାର ହ୍ରାସ କାରଣରୁ ଆର୍ଥିକ ଅଭିବୃଦ୍ଧି ଦର ୬ବର୍ଷରେ ସବୁଠୁ କମ୍‌ ସ୍ତରରେ ପହଞ୍ଚôଛି । ଫିଚ୍‌ ଜୁନ ମାସରେ ୨୦୧୯-୨୦ବର୍ଷ ପାଇଁ ଜିଡିପି ବୃଦ୍ଧି ଦର ୬.୬ପ୍ରତିଶତ ରହିବ ବୋଲି ପୂର୍ବରୁ ଆକଳନ କରିଥିଲା । ତେବେ କର୍ପୋରେଟ୍‌ ଟିକସ ହ୍ରାସ ସହ ସରକାରଙ୍କ ଅନ୍ୟ ପଦକ୍ଷେପ ମାଧ୍ୟମରେ ବୃଦ୍ଧି ଦରରେ ସୁଧାର ଆସିବ ବୋଲି ଫିଚ୍‌ ଆଶା ପ୍ରକାଶ କରିଛି ।
ସୂଚନା ଯୋଗ୍ୟ ଯେ, ରିଜର୍ଭ ବ୍ୟାଙ୍କ ଚଳିତ ମାସରେ ଭାରତର ଅଭିବୃଦ୍ଧି ହାର ୬.୧ପ୍ରତିଶତ ରହିବ ବୋଲି ପୂର୍ବରୁ ଅନୁମାନ କରିଛି । ହେଲେ ଫିଚର ଆକଳନ ଅନୁସାରେ ୨୦୨୦-୨୧ରେ ଜିଡିପି ବୃଦ୍ଧି ଦର ୬.୨ପ୍ରତିଶତ ଏବଂ ୨୦୨୧-୨୨ବର୍ଷରେ ୬.୭ପ୍ରତିଶତ ରହିବ । ଫିଚ୍‌ ଅନୁସାରେ ବର୍ତ୍ତମାନ ଘରୋଇ ଖର୍ଚ୍ଚ ସହ ବିଦେଶରେ ମଧ୍ୟ ଚାହିଦାର ହ୍ରାସ ଘଟୁଛି । ଯାହାର ପ୍ରଭାବ ଅର୍ଥନୀତି ଉପରେ ଦେଖାଦେଇଛି । ଅଣ ବ୍ୟାଙ୍କିଂ ଆର୍ଥିକ କମ୍ପାନୀରେ ସଙ୍କଟ କାରଣରୁ ଋଣ ଉପଲବ୍ଧତା ହ୍ରାସ ହେବା ଅର୍ଥ ବ୍ୟବସ୍ଥା ଉପରେ ପ୍ରତିକୂଳ ପ୍ରଭାବ ପକାଇଛି । ପୂର୍ବରୁ ମୁଡିଜ୍‌ ଇନଭେଷ୍ଟର୍ସ ସର୍ଭିସ ୨୦୧୯-୨୦ରେ ଭାରତର ଅଭିବୃଦ୍ଧି ହାର ୬.୨ ପ୍ରତିଶତରୁ ୫.୮ ପ୍ରତିଶତକୁ ହ୍ରାସ କରିଛି । ମୁଡିଜ୍‌ ଏହି ହ୍ରାସ ପଛରେ ଦୀର୍ଘକାଳୀନ କାରଣ ଉଲ୍ଲେଖ କରିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*