ପ୍ଲେ ଅଫ୍‌ର ଆଶା ନେଇ ନର୍ଥ ଇଷ୍ଟ ସହ ଖେଳିବ ଓଡ଼ିଶା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ପୁଣି ଏକ ଘରୋଇ ମ୍ୟାଚ ଓଡ଼ିଶା ଏଫସି ଖେଳିବାକୁ ଯାଉଛି । ଶୁକ୍ରବାର ନର୍ଥ ଇଷ୍ଟ ୟୁନାଇଟେଡ୍‌ ଦଳ ବିପକ୍ଷରେ ଖେଳିବ ଓଡ଼ିଶା ଏଫସି । ଏବେ ବିଜୟ ହିଁ ଦଳର ଏକମାତ୍ର ଲକ୍ଷ୍ୟ ରହିବ । କାରଣ ଶୁକ୍ରବାର ମ୍ୟାଚ ହାରିଗଲେ ସେମି ଫାଇନାଲ ଖେଳିବାର ଆଶା ଓଡ଼ିଶାର ସରିଯିବ । ବର୍ତ୍ତମାନ ୬ଷ୍ଠ ସ୍ଥାନରେ ଅଛି ଓଡ଼ିଶା । ଚତୁର୍ଥରେ ଥିବା ମୁମ୍ବାଇ ପାଖରୁ ୫ପଏଣ୍ଟ କମରେ ଅଛି । ଯଦି ଶୁକ୍ରବାର ଦିନ ନର୍ଥ ଇଷ୍ଟ ପାଖରୁ ମ୍ୟାଚ ହାରେ, ତା ହେଲେ ଆଉ ସାମାନ୍ୟତମ ସମ୍ଭାବନା ମଧ୍ୟ ଦଳର ରହିବ ନାହିଁ । ତେବେ ପ୍ରତିପକ୍ଷ ନର୍ଥ ଇଷ୍ଟ ୧୧ଟି ମ୍ୟାଚରେ ବିଜୟ ପାଇନଥିବାରୁ ଓଡ଼ିଶା ପାଇଁ ଆଶା ରହିଛି । ଘରୋଇ ମାଟିରେ ଏହି ସିଜିନରେ ଭଲ କରିଥିବା ଓଡ଼ିଶା ବିଜୟ ଲାଭ କରି ସେମି ଯିବାର ଆଶାକୁ ବଜାୟ ରଖିବା ପାଇଁ ଜୋରଦାର ଲଢିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*