ପ୍ରୋ-ଲିଗ୍‌ରେ ଖେଳିବା ଆମ ପାଇଁ ବଡ଼ ସାହାଯ୍ୟକାରୀ ହେବ: ରୂପିନ୍ଦର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଭାରତ ପ୍ରଥମ କରି ବିଶ୍ୱ ହକି ସଂଘର ପ୍ରୋ-ଲିଗ୍‌ରେ ଖେଳିବା ପାଇଁ ଯାଉଛି । ଜାନୁଆରୀ ମାସରେ ପ୍ରୋ-ଲିଗ୍‌ ପ୍ରତିଯୋଗିତା ଆରମ୍ଭ ହେବ । ଯାହା ପାଖାପାଖି ଟୋକିଓ ଅଲିମ୍ପିକ୍‌ ଆରମ୍ଭ ବେଳ ପର୍ଯ୍ୟନ୍ତ ଚାଲିବ । ଭାରତର ସିନିୟର ଡ୍ରାଗଫ୍ଲିକର, ରୂପିନ୍ଦର ପାଲ ସିଂ ମତ ଦେଇଛନ୍ତି ଯେ ଏହି ପ୍ରୋ-ଲିଗ୍‌ରେ ଖେଳିବା ଭାରତ ପାଇଁ ବଡ଼ ସାହାଯ୍ୟକାରୀ ହେବ । ଟୋକିଓ ଅଲିମ୍ପିକ୍‌ର ପ୍ରସ୍ତୁତି ସକାଶେ ଏହା ଏକ ସଠିକ୍‌ ଧାରା ବନିପାରିବ । ଗତବର୍ଷ ପ୍ରୋ-ଲିଗ୍‌ରେ ଭାରତ ଭାଗ ନେଇନଥିଲା । ହେଲେ ଦ୍ୱିତୀୟ ବର୍ଷର ପ୍ରତିଯୋଗିତାରେ ଭାରତ ଖେଳିବାକୁ ଯାଉଛି । ଜାନୁଆରୀ ମାସରେ ଭୁବନେଶ୍ୱରରେ ନେଦରଲାନ୍ଦ ବିପକ୍ଷରେ ଖେଳି ଭାରତ ପ୍ରୋ-ଲିଗ୍‌ ଆରମ୍ଭ କରିବ । ରୂପିନ୍ଦର କହିଛନ୍ତି ପ୍ରଥମ ବର୍ଷର ପ୍ରୋ-ଲିଗ୍‌ ଖୁବ୍‌ ସଫଳ ରହିଥିଲା । ତେଣୁ ଦ୍ୱିତୀୟ ବର୍ଷ ଆମେ ଏହାକୁ ଖେଳିବାକୁ ଯାଉଥିବାରୁ ଅତ୍ୟନ୍ତ ଆନନ୍ଦିିତ ଅଛୁ । କାରଣ ବିଶ୍ୱର ସର୍ବଶ୍ରେଷ୍ଠ ଦଳମାନଙ୍କ ବିପକ୍ଷରେ ଆମକୁ ଖେଳିବାକୁ ସୁଯୋଗ ମିଳିବ । ଏହାଦ୍ୱାରା ଆମେ ଜାଣିପାରିବୁ ଟପ୍‌ ଦଳମାନଙ୍କ ସାମ୍ନାରେ ଆମେ କେଉଁଠି ଛିଡା ହୋଇଛୁ ବୋଲି କହିଛନ୍ତି ରୂପିନ୍ଦର । ଆସନ୍ତା ବର୍ଷ ଜାନୁଆରୀ ୧୮-୧୯ରେ ଭାରତରେ ହଲାନ୍ଦ ବିପକ୍ଷରେ ମ୍ୟାଚ୍‌ ହେବ । ଏହାପରେ ଫେବୃଆରୀ ୮ ଓ ୯ରେ ବେଲଜିୟମ ଏବଂ ଫେବୃଆରୀ ୨୨ ଓ ୨୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ଘରେ ଖେଳିବ ଭାରତ । ଏହାପରେ ଏପି୍ରଲ ଓ ମେ’ ମାସରେ ଭାରତ ଜର୍ମାନୀ ଓ ବି୍ରଟେନ ଯିବ ସେଠାରେ ମ୍ୟାଚ୍‌ ଖେଳିବାକୁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*