ପ୍ରେମ ଜୀବନରେ ଆସିବ ନାହିଁ ଫାଟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ପ୍ରେମ ଜୀବନ ସେତେବେଳେ ଅଧିକ ରୋମାଣ୍ଟିକ୍‌ ହୁଏ,ଯେତେବେଳେ ସମୟ ସମୟ ବ୍ୟବଧାନରେ ଏଥିରେ ପ୍ରେମର ଛୁଙ୍କ ଲାଗିଥାଏ । ମାତ୍ର ଅନେକ ସମୟରେ ଇଚ୍ଛା ଥିଲେ ମଧ୍ୟ ଏହି ଛୁଙ୍କ ଲାଗିପାରିନଥାଏ । ମନେ ରଖିବା ଦରକାର ଯେ, ଜୀବନଟା ୩ ଘଣ୍ଟାର ହିନ୍ଦୀ ରୋମାଣ୍ଟିକ୍‌ ଫିଲ୍ମ ନୁହେଁ । ତେଣୁ ପ୍ରେମ ଜୀବନକୁ ମଜବୁତ କରିବା ପୂର୍ବରୁ ପ୍ରଥମେ ରୋମାଣ୍ଟିକ୍‌ ଫିଲ୍ମ ଭଳି ସ୍କ୍ରିପ୍ଟ ତିଆରି କରିବା ଦରକାର ।
ପ୍ରତି ସକାଳକୁ ହସ ଖୁସିଆ ଓ ପ୍ରତି ସନ୍ଧ୍ୟାକୁ ରଙ୍ଗିନ କରିବାକୁ ଚାହୁଁଥିଲେ ଆପଣ ଆପଣଙ୍କ ପାର୍ଟନରଙ୍କୁ ଏପରି କିଛି କୁହନ୍ତୁ ନାହିଁ ଯାହା ତାଙ୍କ ସୌନ୍ଦର୍ଯ୍ୟ ଏବଂ ବ୍ୟକ୍ତିଗତ ବିଷୟ ସହ ଜଡିତ । ଏହାଦ୍ୱାରା, ଏହି ମନ୍ତବ୍ୟ ଦ୍ୱାରା ପାର୍ଟନରଙ୍କ ମାନସିକ ସ୍ଥିତି ଖରାପ ହୋଇଥାଏ । ତେଣୁ କେତେବେଳେ ବି ଆଘାତ ଦେଲାଭଳି ଶବ୍ଦ ପ୍ରୟୋଗ କରନ୍ତୁ ନାହିଁ । ସକାଳୁ ଘରୁ ବାହାରିବା ସମୟରେ ଏବଂ ସନ୍ଧ୍ୟାରେ ଘରେ ପହଞ୍ଚିବା ସମୟରେ ପାର୍ଟନରଙ୍କୁ ଦେଖି ସ୍ମାଇଲ୍‌ ଦିଅନ୍ତୁ । ଏହା ଆପଣଙ୍କୁ ଫାଲତୁ ଲାଗିପାରେ ମାତ୍ର ଗଭୀରକୁ ଯାଇ ଚିନ୍ତା କରନ୍ତୁ ଜାଣିପାରିବେ ଏହି ଛୋଟ ହସଟିଏ କିପରି ଆପଣଙ୍କ ସମ୍ପର୍କକୁ ମଜବୁତ କରୁଛି । ଏହା ଜରୁରୀ ନୁହେଁ ଯେ, ପ୍ରେମ ଜୀବନରେ ରୋମାନ୍ସ ଭରିବା ପାଇଁ ସବୁବେଳେ ବାହାରକୁ ଯିବା ଦରକାର । ଘର ଭିତରେ ମଧ୍ୟ ଆପଣ ଜୀବନକୁ ପ୍ରେମମୟ କରିପାରିବେ । ଯେପରିକି ଘର ଭିତର ସାଜସଜା, ପାର୍ଟନରଙ୍କ ରୁଚି ଅନୁଯାୟୀ ଖାଦ୍ୟ, ଆରାମ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଇତ୍ୟାଦି ଇତ୍ୟାଦି । ବେଳେ ବେଳେ ଅଚାନକ ଛୁଟି ସମୟରେ ପାର୍ଟନରଙ୍କ ଅଫିସକୁ ଯାଇ ବାହାରକୁ ଡିନର କରିବାର ଯୋଜନା ମଧ୍ୟ କରିପାରନ୍ତି । ଖାଲି ରୋଗ କିମ୍ବା ଅସୁସ୍ଥତା ସମୟରେ ନୁହେଁ ସାଧାରଣ ସମୟରେ ମଧ୍ୟ ପାର୍ଟନରଙ୍କୁ ସେଭଳି କେୟାର ଦିଅନ୍ତୁ, ଯେପରି ତାଙ୍କ ଅସୁବିଧା ସମୟରେ ଦିଅନ୍ତି । ଯଥା ମୁଣ୍ଡକୁ ମ୍ୟାସେଜ କରନ୍ତୁ, ଫୁଲରେ ଶରୀରକୁ ମ୍ୟାସେଜ କରନ୍ତୁ ଇତ୍ୟାଦି ଇତ୍ୟାଦି । ଏହି ଛୋଟ ଛୋଟ ଘଟଣା ଆପଣଙ୍କ ଜୀବନକୁ ନୂଆରଙ୍ଗ ନିଶ୍ଚିତ ଦେବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*