ପ୍ରମୁଖ ତୀର୍ଥସ୍ଥଳୀରେ ପରିଣତ ହେବ ଅଯୋଧ୍ୟା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ରାମ ଜନ୍ମଭୂମି-ବାବ୍ରି ମସଜିଦ୍‌ ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟ ଐତିହାସିକ ରାୟ ଦେବାର ଦିନକ ପରେ ଅଯୋଧ୍ୟା ମେୟର ସହର ଏକ ପ୍ରମୁଖ ତୀର୍ଥସ୍ଥଳୀରେ ପରିଣତ ହେବ ବୋଲି କହିଛନ୍ତି । ଅଯୋଧ୍ୟାକୁ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ କରାଯିବ । ଏଥିସକାଶେ ଏଠାରେ ଉନ୍ନତ ଭିତ୍ତିଭୂମି ସ୍ଥାପନ ପୂର୍ବକ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ କରାଯିବ । ଏହି ପରିପ୍ରେକ୍ଷୀରେ ଖୁବଶୀଘ୍ର ଅଯୋଧ୍ୟା ତୀର୍ଥଯାତ୍ରା ବିକାଶ ପରିଷଦ ଗଠନ କରାଯିବ । ଏହି ପରିଷଦ ହିଁ ଅଯୋଧ୍ୟାର ବିକାଶ ଯୋଜନା ପ୍ରସ୍ତୁତ କରିବ । ଅଯୋଧ୍ୟାରେ ଏବେ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ସହିତ ରେଳ ଚଳାଚଳର ବ୍ୟବସ୍ଥା କରାଯିବ । ପ୍ରକାଶ ଥାଉ କି, ଶନିବାର ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ପୀଠ ଅଯୋଧ୍ୟାର ବିବାଦୀୟ ସ୍ଥଳରେ ରାମ ମନ୍ଦିର ନିର୍ମାଣ କରାଯିବାକୁ ବାଟ ଫିଟାଇଥିଲେ । ଏହା କେନ୍ଦ୍ର ସରକାରଙ୍କୁ ଆସନ୍ତା ୩ ମାସ ମଧ୍ୟରେ ଏକ ଟ୍ରଷ୍ଟ ବନାଇ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ଆଗାମୀ ସପ୍ତାହରେ ରାମ ମନ୍ଦିର ନିର୍ମାଣ ସଂକ୍ରାନ୍ତ ନିଷ୍ପତ୍ତି ପାଇଁ ଏକ ବୈଠକ କରିବେ ବୋଲି ଜଣାପଡିଛି । ମନ୍ତ୍ରୀ ସ୍ତରୀୟ ଆଲୋଚନା ପରେ ଟ୍ରଷ୍ଟ ବାବଦରେ ନିଷ୍ପତ୍ତି ନିଆଯିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*