ପ୍ରଧାନମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଆଶାକର୍ମୀ ସଂଘର ଦାବିପତ୍ର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭଦ୍ରକ

ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ ପକ୍ଷରୁ ୧୦ ଦଫା ଦାବି ନେଇ ରବିବାର ଆଶାକର୍ମୀ, ଆଶାସାଥୀଙ୍କ ପକ୍ଷରୁ ଏକ ଦାବିପତ୍ର ଜିଲ୍ଲା ପ୍ରଶାସନ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ପ୍ରଦାନ କରାଯାଇଛି । ଭାରତୀୟ ମଜଦୁର ସଂଘର ଜିଲ୍ଲା ସଭାପତି ମନୋଜ ବସନ୍ତରାୟ, ସମ୍ପାଦକ ମୁକ୍ତିକାନ୍ତ ସାହୁ, ଉପସଭାପତି ବସନ୍ତ କୁମାର ରାଉତ, ସଂଗଠନ ସମ୍ପାଦକ ପରେଶନାଥ ଧଳ, କମଳାକାନ୍ତ ସାହୁ, ଆଶା ସଂଘ ସଭାନେତ୍ରୀ କନକଲତା ସୂତାର, ସମ୍ପାଦିକା ଲକ୍ଷ୍ମୀପ୍ରିୟା ରାଉତ ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ଆଶାକର୍ମୀ ଏବଂ ଆଶାସାଥୀ ପ୍ରଥମେ ବାଲଗୋପାଲ ମନ୍ଦିରରେ ଏକ ବୈଠକ କରିଥିଲେ । ଏଥିରେ ଅଧ୍ୟକ୍ଷତା କରି ସଭାନେତ୍ରୀ କନକଲତା ସୂତାର କେନ୍ଦ୍ର ସରକାର ଆଶାକର୍ମୀଙ୍କୁ କାର୍ଯ୍ୟରେ ନିୟୋଜିତ କରିଥିବା ବେଳେ ସେମାନଙ୍କୁ ନ୍ୟାୟାଚିତ ଦରମା ପ୍ରଦାନ କରୁ ନାହାନ୍ତି ବୋଲି ଆରୋପ କରିଥିଲେ । ବିଏମ୍ଏସ୍ର ଜିଲ୍ଳା ସଭାପତି ବସନ୍ତରାୟ କହିଥିଲେ କି ସମଗ୍ର ଦେଶରେ ୧୦ଲକ୍ଷ ୨୫ ହଜାର ଆଶାକର୍ମୀ ଏବଂ ୧ଲକ୍ଷ ୧୦ ହଜାର ଆଶାସାଥୀ କାର୍ଯ୍ୟ କରୁଛନ୍ତି । ସେମାନେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସଚେତନତା, ପ୍ରାଥମିକ ଚିକିତ୍ସା ସେବା ଯୋଗାଣ, ରୋଗୀଙ୍କୁ ଆଣି ଚିକିତ୍ସାଳୟରେ ପହଞ୍ଚାଇବା, ପରିବେଶ ପରଚ୍ଛନ୍ନତା, ବିଶୁଦ୍ଧ ପାନୀୟ, ଶୌଚାଳୟର ବ୍ୟବହାର ଆଦି ସମ୍ପର୍କରେ ଜନ ସଚେତନତା କରିବା ଭଳି ବହୁ ଜନହିତକର କାର୍ଯ୍ୟ କରୁଥିଲେ ବି ସେମାନେ ଉପଯୁକ୍ତ ପ୍ରାପ୍ୟ ପାଉ ନାହାନ୍ତି । କେନ୍ଦ୍ର ସରକାର ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ଯୋଜନାରେ ଆଶାକର୍ମୀ ଓ ସାଥୀମାନଙ୍କୁ ସମାନ୍ୟ ପ୍ରୋତ୍ସାହନ ରାଶି ପ୍ରଦାନ କରୁଛନ୍ତି । ପ୍ରଧାନମନ୍ତ୍ରୀ ଗତ ୨୦୧୮ ମସିହା ସେପ୍ଟେମ୍ବର ୧୧ ତାରିଖରେ ଆଶାକର୍ମୀ ଓ ସାଥୀଙ୍କ ଦରମା ଦୁଇଗୁଣା ବୃଦ୍ଧି କରିବେ ବୋଲି ଘୋଷଣା କରିଥିବା ବେଳେ ଏହା କେବଳ ୧ ହଜାର ଟଙ୍କା ବୃଦ୍ଧିରେ ସୀମିତ ରହିଲା । ତେଣୁ ଆଶାକର୍ମୀ ଓ ସାଥୀଙ୍କୁ ସେମାନଙ୍କୁ ଉପଯୁକ୍ତ ନ୍ୟାୟ ଦେବାକୁ ବସନ୍ତରାୟ ଦାବୀ କରିଥିଲେ । ପରେ ଏକ ପ୍ରତିନିଧି ଦଳ ଭାରପ୍ରାପ୍ତ ଜିଲ୍ଳାପାଳ ଶ୍ୟାମଭକ୍ତ ମିଶ୍ରଙ୍କ ଜରିଆରେ ୧୦ ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ପ୍ରଦାନ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*