ପ୍ରଥମ ଥର ଲାଗି ଏକାଠି ଆସୁଛନ୍ତି ରାକୁଲ୍‌ ଓ ଅର୍ଜୁନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଜଣାଶୁଣା ପ୍ରଯୋଜକ ବୋନି କପୁରଙ୍କ ପୁଅ ତଥା ଅଭିନେତା ଅର୍ଜୁନ କପୁରଙ୍କ ଫିଲ୍ମ ‘ପାନିପତ୍‌’ର ଟ୍ରେଲର ଏଇ ନିକଟରେ ରିଲିଜ୍‌ ହୋଇଥିଲା । ଏହାକୁ ଭଲ ପ୍ରତିକ୍ରିୟା ମିଳିଥିଲା ବେଳେ ଫିଲ୍ମରେ ସେ ପ୍ରଥମ ଥର ଲାଗି କୃତିଙ୍କ ସହ ରୋମାନ୍ସ କରୁଥିବା ନଜର ଆସୁଛନ୍ତି । ହେଲେ ଏବେ ତାଙ୍କୁ ନେଇ ଅନ୍ୟ ଏକ ଖବର ଶୁଣିବାକୁ ମିଳିଛି । ଅର୍ଜୁନଙ୍କୁ ଏବେ ଆଉ ଏକ ନୂଆ ଫିଲ୍ମ ପାଇଁ ସାଇନ୍‌ କରାଯାଇଛି । ଏହି ଫିଲ୍ମରେ ଅର୍ଜୁନଙ୍କ ବିପକ୍ଷରେ ରାକୁଲପ୍ରୀତ୍‌ଙ୍କୁ ଦେଖିବାକୁ ମିଳିବ । ଯଦିଓ ଫିଲ୍ମଟିର ନାମକରଣ ଏପର୍ଯ୍ୟନ୍ତ ହୋଇନାହିଁ ତଥାପି ଚଳିତ ମାସ ଆରମ୍ଭରୁ ଏହାର ସୁଟିଂ ଆରମ୍ଭ ହେବ ବୋଲି ଜଣାପଡ଼ିଛି । ଏଥିରେ ପ୍ରଥମ ଥର ଲାଗି ଅର୍ଜୁନ୍‌ ରୋମାନ୍ସ କରିବାକୁ ଯାଉଛନ୍ତି ରାକୁଲଙ୍କ ସହିତ । କାଶବୀ ନାୟରଙ୍କ ଦ୍ୱାରା ନିଦେ୍ର୍ଦଶିତ ଏହି ଫିଲ୍ମଟିକୁ ଭୂଷଣ କୁମାର, ନିଖିଲ ଆଡ୍‌ଭାଣୀ ଏବଂ ଜନ୍‌ ଆବ୍ରାହମ୍‌ ମିଳିତ ଭାବେ ପ୍ରଯୋଜନା ଦାୟିତ୍ୱ ସମ୍ଭାଳୁଛନ୍ତି । ଲସ୍‌ଆଞ୍ଜେଲସ୍‌ ଏବଂ ପଞ୍ଜାବଠାରେ ଫିଲ୍ମଟିର ସୁଟିଂ କରାଯିବ ବୋଲି ଜଣାପଡ଼ିଛି । ଅର୍ଜୁନ୍‌ ଏହି ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଥିବା ସେ କହିଛନ୍ତି । କୁହାଯାଉଛି ଯେ, ସୀମାପାର୍‌ ଲଭ୍‌ଷ୍ଟୋରୀ ଉପରେ ଏହି ଫିଲ୍ମଟିର କାହାଣୀ ଆଧାରିତ ।
ଏହି ଫିଲ୍ମ ବ୍ୟତୀତ ରାକୁଲଙ୍କ ପାଖରେ ‘ମର୍‌ଜାୱା’ ଫିଲ୍ମ ରହିଛି । ଏଥିରେ ରାକୁଲଙ୍କ ବ୍ୟତୀତ ସିଦ୍ଧାର୍ଥ ମଲ୍‌ହୋତ୍ରା ଏବଂ ତାରା ସୁତାରିଆଙ୍କୁ ମଧ୍ୟ ପ୍ରମୁଖ ଭୂମିକାରେ ଅଛନ୍ତି । ଏହି ଫିଲ୍ମଟି ନଭେମ୍ବର ୧୫ ତାରିଖରେ ରିଲିଜ୍‌ ହେବ । ଅପରପକ୍ଷେ ଅର୍ଜୁନଙ୍କ ‘ପାନିପତ୍‌’ ୬ ଡିସେମ୍ବରରେ ରିଲିଜ୍‌ ହେବ । ଏଥିରେ ଆଫ୍‌ଗାନୀ ଶାସକ ଅହମ୍ମଦ ଶାହା ଅବ୍‌ଦାଲୀଙ୍କ ଭୂମିକାରେ ସଞ୍ଜୟ ଦତ୍ତ, ସଦାଶିବ ରାଓ ଭାଓଙ୍କ ଭୂମିକାରେ ଅର୍ଜୁନ କପୁର ଏବଂ ପାର୍ବତୀ ବାଈଙ୍କ ଭୂମିକାରେ କୃତି ସେନନ୍‌ ଅଭିନୟ କରୁଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*