ପ୍ରଥମ ଟେଷ୍ଟ: ଅଶ୍ୱିନଙ୍କ ୫ ୱିକେଟ ଦଖଲ ଏଲଗାର ଓ ଡି କକ୍‌ଙ୍କ ଶତକ : ଦକ୍ଷିଣ ଆଫି୍ରକାର ଦୃଢ଼ ଜବାବ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସି : ବିଶାଖାପାଟଣା

ଗୁରୁବାର ମ୍ୟାଚ୍‌ର ଦ୍ୱିତୀୟ ଦିନ ଶେଷ ଆଡ଼କୁ ଯେପରି ଢଙ୍ଗରେ ଭ୍ରମଣକାରୀ ଦଳର ୱିକେଟ୍‌ ମାନ ଭାରତୀୟ ସ୍ପିନର୍‌ଙ୍କ ବିପକ୍ଷରେ ପଡ଼ିବା ଆରମ୍ଭ କରିଥିଲା, ତାହାକୁ ଦେଖି ଅନୁମାନ କରାଯାଉଥିଲା ମ୍ୟାଚ୍‌ର ତୃତୀୟ ଦିନ ଦଳ ଛତ୍ରଭଙ୍ଗ ଦେଇଦେବ । ଏପରି କି ଫଲୋଅନ୍‌ ପରେ ଦ୍ୱିତୀୟ ବାର ବ୍ୟାଟିଂ ସେମାନେ କରୁଥିବେ ବୋଲି ଏଠାରେ ଧାରଣା ଜନ୍ମିଥିଲା । ହେଲେ ଶୁକ୍ରବାର ମ୍ୟାଚ୍‌ର ତୃତୀୟ ଦିନ ବଢ଼ିଆ ପ୍ରତ୍ୟାବର୍ତ୍ତନ କରିଛି ଦକ୍ଷିଣ ଆଫି୍ରକା । ମିଡିଲ୍‌ ଅର୍ଡର୍‌ର ଦାୟିତ୍ୱପୂର୍ଣ୍ଣ ବ୍ୟାଟିଂ କାରଣରୁ ନିଜ ସମ୍ମାନ ବଞ୍ଚାଇବାର ସଂଘର୍ଷ ସେମାନେ ଜାରି ରଖିପାରିଛନ୍ତି । ଡିଅନ ଏଲଗାରଙ୍କ ୧୬୦ ଏବଂ କ୍ୱିଣ୍ଟନ ଡି କକ୍‌ଙ୍କ ୧୧୧ ରନ୍‌ ବଳରେ ଶୁକ୍ରବାର ମ୍ୟାଚ୍‌ର ତୃତୀୟ ଦିନର ଖେଳ ଏଠାରେ ସରିଲା ବେଳକୁ ଦକ୍ଷିଣ ଆଫି୍ରକା ୮ ୱିକେଟ୍‌ରେ ୩୮୫ ରନ୍‌ କରିବାକୁ ସକ୍ଷମ ହୋଇଯାଇଥିଲା । ଷ୍ଟମ୍ପ୍‌ ପ୍ରତ୍ୟାହୃତ ହେଲା ବେଳକୁ ମୁଥୁସ୍ୱାମୀ ୧୨ ଏବଂ କେଶବ ମହାରାଜ ୩ ରନ୍‌ କରି ବ୍ୟାଟିଂ କରୁଥିଲେ । ହାତରେ କେବଳ ୨ ୱିକେଟ୍‌ ବଞ୍ଚôଥିଲା ବେଳେ ସେମାନେ ଭାରତର ପ୍ରଥମ ଇନିଂସ୍‌ଠାରୁ ୧୧୭ ରନ୍‌ ପଛରେ ଅଛନ୍ତି । ଭାରତ ପକ୍ଷରୁ ଅଫ୍‌ସ୍ପିନର୍‌ ଅଶ୍ୱିନ ୫ ୱିକେଟ ଦଖଲ କରିଛନ୍ତି । ଟେଷ୍ଟ ମ୍ୟାଚ୍‌ରେ ଏହା ତାଙ୍କର ୨୭ତମ ୫ ୱିକେଟ୍‌ ଦଖଲ ।
ତୃତୀୟ ଦିନର ପ୍ରଥମ ଦୁଇ ଅଧିବେଶନ ଦକ୍ଷିଣ ଆଫି୍ରକା ବ୍ୟାଟ୍ସମ୍ୟାନ୍‌ଙ୍କ କବ୍ଚାରେ ଥିଲା । ଭାରତୀୟ ବୋଲିଂକୁ ଦୃଢ଼ତାର ସହ ସେମାନେ ସାମ୍ନା କରିବା ସାଙ୍ଗକୁ ପ୍ରତି ଆକ୍ରମଣ ମଧ୍ୟ କରିଥିଲେ । ତେବେ ଶେଷ ଆଡ଼କୁ ଭାରତର ଦୁଇ ସ୍ପିନର୍‌ ଅଶ୍ୱିନ ଏବଂ ଜାଡେଜା ପ୍ରତ୍ୟାବର୍ତ୍ତନ କରିବାରୁ ଭାରତ କିଛିଟା ସଫଳତା ପାଇ ମ୍ୟାଚ୍‌କୁ ଫେରିଛି । ଦିନର ସକାଳ ଓଳି ଦକ୍ଷିଣ ଆଫି୍ରକାର ବ୍ୟାଟ୍ସମ୍ୟାନ୍‌ ରକ୍ଷାତ୍ମକ ମୁଡ୍‌ରେ ଖେଳିବା ଆରମ୍ଭ କରିଥିଲେ । ତେମ୍ବା ୧୮ ରନ୍‌ କରି ଆଉଟ୍‌ ହେବା ପରେ ଏଲ୍‌ଗାର ଏବଂ ଡୁପ୍ଲେସିସ୍‌ ୱିକେଟ୍‌ ବଞ୍ଚାଇ କି୍ରଜ୍‌ରେ ଜମି ରହିବାର ରଣନୀତି ଗ୍ରହଣ କରିଥିଲେ । ୫ମ ୱିକେଟ୍‌ରେ ଦୁହେଁ ୧୧୫ ରନ୍‌ ବାହାର କରି ମ୍ୟାଚ୍‌କୁ ଫେରିବାର ସଂଘର୍ଷକୁ ଦେଇଥିଲେ ଶକ୍ତି । ଦକ୍ଷିଣ ଆଫି୍ରକାର ଅଧିନାୟକ ୫୫ ରନ୍‌ କରିଥିଲା ବେଳେ ଅଶ୍ୱିନଙ୍କ ବଲ୍‌ରେ ଲେଗ୍‌ ସ୍ଲିପ୍‌ରେ ଧରା ପଡ଼ିଥିଲେ । ହେଲେ ତା’ପରେ ମଧ୍ୟ ଭ୍ରମଣକାରୀ ଦଳର ସଂଘର୍ଷ ଜାରି ରହିଥିଲା । ଷଷ୍ଠ ୱିକେଟ୍‌ ପାଇଁ ଡି କକ୍‌ ଏବଂ ଏଲ୍‌ଗାର ୧୬୪ ରନ୍‌ ଯୋଗ କରିବାରୁ ଦକ୍ଷିଣ ଆଫି୍ରକା ପାଇଁ ଭାରତୀୟ ସ୍କୋର୍‌ର ପାଖାପାଖି ପହଞ୍ଚି୍ବା୍ର ସୁଯୋଗ ପ୍ରଦାନ କରିଥିଲା । ତେବେ ଏଲ୍‌ଗାର ବ୍ୟକ୍ତିଗତ ଭାବରେ ୧୬୦ ରନ୍‌ କରିଥିଲା ବେଳେ ଜାଡେଜାଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ । ଏଥିରେ ୪ ଛକା ଓ ୧୮ଟି ଚୌକା ସାମିଲ ଥିଲା । ଏଲ୍‌ଗାର ବିଦା ହେବା ପରେ ମଧ୍ୟ ଡି କକ୍‌ ପଜେଟିଭ୍‌ ମନନେଇ ବ୍ୟାଟିଂ ଜାରି ରଖିଥିଲେ । ସେ ଅଶ୍ୱିନଙ୍କ ବଲ୍‌ରେ ଛକା ମାରି ନିଜ ୫ମ ଟେଷ୍ଟ ଶତକ ପୂର୍ଣ୍ଣ କରିଥିଲେ । ବ୍ୟକ୍ତିଗତ ୧୧୧ ରନ୍‌ ୧୬୩ ବଲ୍‌ରୁ କରିବା ପରେ ଅଶ୍ୱିନଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ । ଭାରତୀୟ ଅଫ୍‌ ସ୍ପିନର୍‌ ୧୨୮ ରନ୍‌ ଦେଇ ୫ ୱିକେଟ୍‌ ଦଖଲ କରିଛନ୍ତି ।

୨୦୦ କ୍ଲବ୍‌ରେ ଜାଡେଜା

ଶୁକ୍ରବାର ଦିନ ନିଜ ଟେଷ୍ଟ ଜୀବନରେ ବିଶେଷ କିର୍ତ୍ତୀମାନ ସ୍ଥାପନ କରିଛନ୍ତି ରବୀନ୍ଦ୍ର ଜାଡେଜା । ସେ ବିଶ୍ୱର ବାମହାତୀ ସ୍ପିନର୍‌ମାନଙ୍କ ମଧ୍ୟରେ ଦ୍ରୁତତମ ୨୦୦ ଟେଷ୍ଟ ୱିକେଟ୍‌ ଲାଭ କରିଛନ୍ତି । ଏଲ୍‌ଗାରଙ୍କ ୱିକେଟ୍‌ ନେଇ ସେ ୨୦୦ କ୍ଲବ୍‌ରେ ପ୍ରବେଶ କରିଛନ୍ତି । ଜାଡେଜା ୪୪ଟି ଟେଷ୍ଟରେ ୨୦୦ ୱିକେଟ୍‌ ପାଇଥିଲା ବେଳେ ତାଙ୍କ ପୂର୍ବରୁ ଏହି ରେକର୍ଡ଼ ଶ୍ରୀଲଙ୍କାର ହେରାଥଙ୍କ ନାଁରେ ଥିଲା । ସେ ୪୭ଟି ଟେଷ୍ଟରେ ଏହି ସଫଳତା ପାଇଥିଲେ । ଭାରତୀୟ ସ୍ପିନର୍‌ମାନଙ୍କ ମଧ୍ୟରେ ୨୦୦ ଟେଷ୍ଟ ୱିକେଟ୍‌ ହରଭଜନ ନେଇଥିଲେ ୪୬ରେ ଏବଂ ଅନୀଲ୍‌ କୁମ୍ବଲେ ୪୭ରେ ତଥା ଚନ୍ଦ୍ରଶେଖର ଏହାକୁ ହାସଲ କରିଥିଲେ ନିଜ ୪୮ତମ ଟେଷ୍ଟ ମ୍ୟାଚ୍‌ରେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*