ପ୍ରଥମ ଏକଦିବସୀୟ: ଅଷ୍ଟ୍ରେଲିଆକୁ ୬ ୱିକେଟ୍‌ରେ ହରାଇଲା ଭାରତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ହାଇଦ୍ରାବାଦ୍
କୁଲ୍‌ ମହେନ୍ଦ୍ର ସିଂ ଧୋନୀ ଓ ସ୍ମାର୍ଟ କେଦାର ଯାଦବଙ୍କ ଯୋଡ଼ି ଦୃଢ଼ତାର ସହ ଭାଗୀଦାରି କରିବାରୁ ଭାରତ ପ୍ରଥମ ଏକଦିବସୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୬ ୱିକେଟ୍‌ରେ ହରାଇ ଦେଇଛି । ସ୍ଥାନୀୟ ରାଜୀବ ଗାନ୍ଧୀ ଷ୍ଟାଡିୟମ୍‌ରେ ଶନିବାର ଖେଳାଯାଇଥିବା ଦିବା-ରାତ୍ର ମ୍ୟାଚ୍‌ରେ ଜିତିବା ପାଇଁ ୨୩୭ ରନ୍‌ ଦରକାର କରୁଥିବା ଭାରତ ୪୮.୨ ଓଭରରେ କେବଳ ୪ ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଥିଲା । ଯାଦବ ଓ ଧୋନୀଙ୍କ ମଧ୍ୟରେ ୧୪୧ ରନ୍‌ର ଅପରାଜୟ ଭାଗୀଦାରି କାରଣରୁ ଭାରତ ବିଜୟ ପାଇଥିଲା । ଯାଦବ ୮୭ ବଲ୍‌ରୁ ୮୧ ଏବଂ ଧୋନୀ ୭୨ ବଲ୍‌ରୁ ୫୯ ରନ୍‌ କରି ଅପରାଜିତ ରହିଥିଲେ । ୯୯ରେ ୪ ୱିକେଟ୍‌ ଯାଇଥିବା ବେଳେ ଧୋନୀ ଓ ଯାଦବଙ୍କ ଭାଗୀଦାରି ଆରମ୍ଭ ହୋଇଥିଲା । ଏହା ପୂର୍ବରୁ ବିରାଟ କୋହଲି ୪୪, ରୋହିତ୍‌ ଶର୍ମା ୩୭ ରନ୍‌ କରି ଆଉଟ୍‌ ହୋଇସାରିଥିଲେ । ଯାଦବ ଏହି ମ୍ୟାଚ୍‌ରେ ନିଜର ୫ମ ଓ ଧୋନୀ ନିଜର ୭୧ତମ ଅର୍ଦ୍ଧଶତକ ହାସଲ କରିଛନ୍ତି । ଅବଶ୍ୟ ଦୁଇଜଣ ଭାଗୀଦାରି ଆରମ୍ଭ କଲାବେଳେ ରନ୍‌ ପାଇବାକୁ ସୁବିଧା ହୋଇନଥିଲା । ପରେ ଯାଦବ ବଡ଼ ସଟ୍‌ ଖେଳି ଫାଶରୁ ମୁକୁଳିଥିଲେ ।
ଟିମ୍ ଇନ୍ଦିଆ ୨୩୭ରନ୍ର ବିଜୟ ଟାର୍ଗେଟ୍କୁ ପିଛା କରି ଅଷ୍ଟ୍ରେଲିଆ ଭଳି ସଅଳ ହରାଇଥିଲା ଓପନର ଶିଖର ଧାୱନଙ୍କ ୱିକେଟ୍ । ତା’ପରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଯୋଡି ପୁଣି ଥରେ ବିପର୍ଯ୍ୟୟରୁ ଦଳକୁ ବଞ୍ଚାଇଥିଲା ୮୦ରନ୍ର ଦୃଢ଼ ପାର୍ଟନରସିପ୍ ପରି । ବିରାଟ ୪୪ ରନ୍ କରି ଓ ରୋହିତ ୩୭ରନ୍ କରି ଲଗାଲଗି ହୋଇ ଆଉଟ୍ ହୋଇଥିଲେ । ତା’ପରେ ରାଇଡୁ ବି ୧୩ରନ୍ କରି ଆଉଟ୍ ହୋଇଯାଇଥିଲେ । ହେଲେ ଧୋନୀ ଓ କେଦାର ଯାଦବ ସ୍ଥିତିକୁ ସମ୍ଭାଳିନେଇଥିଲେ ।
ଟସ୍ରେ ଜିତି ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଫସିଯାଇଥିଲା ଭାରତୀୟ ବୋଲରଙ୍କ କବ୍ଜାରେ । ଟି-୨୦ରେ ସହଜରେ ୨୦୦ରନ୍ ସ୍କୋର କରିଥିବା ଅଷ୍ଟ୍ରେଲିଆ ୫୦ ଓଭର ଖେଳି ୭ ୱିକେଟ୍ ହରାଇ ୨୩୬ରନ୍ କରିଥିଲା । ପ୍ରଥମ ଓଭର ସାମି ମେଡେନ୍ ଫିଙ୍ଗିବା ପରେ ବୁମ୍ରା ନିଜ ପ୍ରଥମ ଓଭରର ୩ୟ ବଲ୍ରେ ଫିଞ୍ଚ୍‌କୁ ଫେରାଇ ଦେଇଥିଲେ ପାଭିଲିୟନ ।୧୦୦ତମ ମ୍ୟାଚ ଖେଳୁଥିବା ଫିଞ୍ଚ୍‌ ୩ଟି ବଲ୍ର ସାମ୍ମୁଖୀନ ହୋଇଥିବାବେଳେ ଖାତା ଖୋଲି ପାରିନଥିଲେ । ଏହା ପରେ ଖ୍ୱାଜା ଓ ଷ୍ଟୋନିସ୍ ଅଷ୍ଟ୍ରେଲିଆ ଇନିଂସଙ୍କୁ ଦୃଢ଼ତା ଦେବା ପାଇଁ ଲଢ଼େଇ କରିଥିଲେ । ଉଭୟଙ୍କ ମଧ୍ୟରେ ଭଲ ପାର୍ଟନସିପ୍ ହେବାରୁ ସ୍କୋର ୨୫୦ ଟପି ଯିବ ବୋଲି ଅନୁମାନ କରାଯାଉଥିଲା । ହେଲେ ଭାରତୀୟ ବୋଲର ଚାପପୂର୍ଣ୍ଣ ପ୍ରଦର୍ଶନ ଯୋଗୁ ବିପକ୍ଷ ବ୍ୟାଟ୍ସମ୍ୟାନ ଖୋଲା ସଟ୍ ଖେଳି ପାରିନଥିଲେ । ନିୟମିତ ବ୍ୟବଧାନରେ ୱିକେଟ୍ ପତନ ସହ ଧିମା ବ୍ୟାଟିଂ ପାଇଁ ଅଷ୍ଟ୍ରେଲିଆ ବଡ ସ୍କୋର କରିପାରିନଥିଲା । ଖ୍ୱାଜା ୫ଚୌକା ଓ ୧ଛକା ସହ ୭୬ ବଲ୍ରୁ ସର୍ବାଧିକ ସ୍କୋରର ଭାବେ ୫୦ ରନ୍ କରିଥିବାବଳେ, ମ୍ୟାକ୍ସୱେଲ ୪୦, ଷ୍ଟୋନିସ୍ ୩୭ ଓ କାରେ ଅପରାଜିତ ୩୬ରନ୍ କରିଥିଲେ । ଭାରତୀୟ ବୋଲର ଭାବେ ବୁମ୍ରା, ସାମି ଓ କୂଲଦୀପ୍ଙ୍କୁ ୨ଟି ଲେଖାଏଁ ୱିକେଟ୍ ମିଳିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*