ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ କୃତି ଛାତ୍ରଛାତ୍ରୀ ପୁରସ୍କୃତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ: ନିମାପଡ଼ା

ଟାଉନ୍ ହଲ୍ ପରିସରରେ ଶିଶୁ ଦିବସ ଅବସରରେ ପିଙ୍ଗଳାକ୍ଷୀ ପବ୍ଲିକ୍ ୱେଲଫେୟାର ସଙ୍ଗଠନ ପକ୍ଷରୁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ୯୩ ଜଣ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯିବା ସହିତ ୯ଜଣ ସୁନାମଧନ୍ୟ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଆୟୋଜିତ ଉତ୍ସବରେ ପିପିଡବ୍ଲୁ୍ୟଓର ଅଧ୍ୟକ୍ଷ ରାଜକିଶୋର ସାବୁତ ଅଧ୍ୟକ୍ଷତା କରିଥିବା ବେଳେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ, ବ୍ରଜକିଶୋର ମହାପାତ୍ର, ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷ ଡ. ମିନତୀ ବେହେରା, ବିଶିଷ୍ଟ ସମାଜସେବୀ ଜଗଦା ନନ୍ଦ, ବିଶିଷ୍ଟ ଶିକ୍ଷାବିତ୍ ଗିରିଶ ଚନ୍ଦ୍ର ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପିପିଡବ୍ଲୁ୍ୟଓ ଏଭଳି କାର୍ଯ୍ୟକ୍ରମ କରୁଥିବାରୁ ସେମାନେ ପ୍ରଶଂସା କରିଥିଲେ । ଭୁବନେଶ୍ୱର ଇନ୍ଫୋସିସ୍ ଫାଉନେ୍ଦସନ୍ ଓ ଯୋଗଦେଇଥିବା ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*