ପୋଏମ୍ ପଦ୍ଧତିରେ ଆକାଲାସିଆ କାର୍ଡିଆ ରୋଗର ଚିକିତ୍ସା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର
ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଅର୍ନ୍ତଗତ ଇନ୍ଷ୍ଟିଚୁ୍ୟଟ୍ ଅଫ୍‌ ମେଡିକାଲ୍ ସାଇନ୍ସ ଆନ୍ଦ ସମ୍ ହସ୍ପିଟାଲ୍ରେ ଆକାଲାସିଆ କାର୍ଡିଆ ରୋଗର ଚିକିତ୍ସା ପାଇଁ ଅଭିନବ ପୋଏମ୍ ପଦ୍ଧତି ଆରମ୍ଭ କରାଯାଇଛି । ହସ୍ପିଟାଲ୍ର ଗ୍ୟାଷ୍ଟୋ୍ରଏନ୍ଟେରୋଲୋଜି ବିଭାଗ ପକ୍ଷରୁ ୧୬ ଜଣ ରୋଗୀଙ୍କୁ ପର୍ ଓରାଲ୍ ଏନେ୍ଦାସ୍କୋପିକ୍ ମାୟୋଟୋମି (ପୋଏମ୍) ଟେକ୍ନୋଲୋଜି ମାଧ୍ୟମରେ ଚିକିତ୍ସା କରାଯାଇଛି । ଜାପାନରେ ପ୍ରଥମେ ଉଦ୍ଭାବନ ହୋଇଥିବା ଏହି ପଦ୍ଧତିକୁ ଥାର୍ଡ ସ୍ପେସ୍ ଏନେ୍ଦାସ୍କୋପିକ୍ ଟନେଲ୍ ସର୍ଜରୀ ମଧ୍ୟ କୁହାଯାଇଥାଏ ।
ଖାଦ୍ୟନଳୀର କିଛି ନୁ୍ୟରନ୍ ଦେଖା ନଗଲେ ମଣିଷ ଆକାଲାସିଆ କାର୍ଡିଆ ରୋଗର ଶିକାର ହୋଇଥାନ୍ତି । ଏହା ଦ୍ୱାରା ଖାଦ୍ୟନଳୀ କାମ କରିନଥାଏ ଏବଂ ମଣିଷ ଖାଦ୍ୟ କିମ୍ବା ପାନୀୟ ଶରୀରକୁ ନେବାରେ ସକ୍ଷମ ହୋଇପାରିନଥାଏ । ଏପରିକି ଖାଦ୍ୟ ମଣିଷ ଶରୀରର ଫୁସ୍ଫୁସ୍ରେ ପ୍ରବେଶ କରି ବିପଦ ସୃଷ୍ଟି କରେ । ପୂର୍ବରୁ ଏହି ରୋଗର ଚିକିତ୍ସା ପ୍ରଣାଳୀ ଭିନ୍ନ ଥିଲା । ନିଓମାଟିକ୍ ଡାଇଲେଟେସନ୍ କିମ୍ବା ହେଲେର୍ ମାୟୋଟୋମି ଦ୍ୱାରା ଚିକିତ୍ସା କରାଯାଇଥାଏ । ନିଓମାଟିକ୍ ଡାଇଲେଟେସନ୍ ପଦ୍ଧତିରେ ଅନେକ ସମସ୍ୟା ରହିଥିବାବେଳେ ହେଲେର୍ ମାୟୋଟୋମି ପଦ୍ଧତିରେ ଛାତିରୁ ତଳି ପେଟ ଯାଏ କଟାଯାଇ ଅପରେସନ୍ କରାଯାଇଥାଏ ।
ତେବେ ପୋଏମ୍ ଏକ ନୂତନ ପଦ୍ଧତି ଯାହା ମାଧ୍ୟମରେ ମୁ୍ୟକୋସାଲ୍ ଏବଂ ମସଲ୍ ଲେୟାର୍ ମଧ୍ୟରେ ଏକ ଟନେଲ୍ ସୃଷ୍ଟି କରାଯାଏ । ପାଟି ବାଟ ଦେଇ ଖୁବ୍ ନିରାପଦ ଭାବେ ଏହି ସର୍ଜରୀ କରାଯାଇଥାଏ । ଅପରେସନ୍ ପରେ ରୋଗୀକୁ ମାତ୍ର ଗୋଟିଏ ଦିନ ପାଇଁ ହସ୍ପିଟାଲ୍ରେ ରଖାଯାଇଥାଏ ବୋଲି ଏହି ଚିକିତ୍ସା ପଦ୍ଧତିର ନେତୃତ୍ୱ ନେଇଥିବା ସମ୍ ହସ୍ପିଟାଲ୍ର ଗ୍ୟାଷ୍ଟ୍ରୋଏନ୍ଟେରୋଲୋଜି ବିଭାଗର ମୁଖ୍ୟ ଡ. ମନୋଜ କୁମାର ସାହୁ କହିଛନ୍ତି । ଯଦିଓ ବଡ଼ ବଡ଼ ସହରରେ ଏହି ପଦ୍ଧତି ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡ଼ିଥାଏ, ପୂର୍ବ ଭାରତର ପ୍ରଥମ ହସ୍ପିଟାଲ୍ ଭାବେ ଆଇଏମ୍ଏସ୍ ଆନ୍ଦ ସମ୍ ହସ୍ପିଟାଲ୍ରେ ୧୬ ଜଣ ରୋଗୀଙ୍କ ଉପରେ ସଫଳତାର ସହ ଏହି ଚିକିତ୍ସା ପଦ୍ଧତି ବ୍ୟବହାର କରାଯାଇଛି । ଏହି ଚିକିତ୍ସା ନିମନ୍ତେ ରୋଗୀ ପିଛା ମାତ୍ର ୧୦ ହଜାର ଖର୍ଚ୍ଚ ହୋଇଛି ଏବଂ ସମସ୍ତେ ସୁସ୍ଥ ଥିବା ଡ. ସାହୁ କହିଛନ୍ତି । ରେଜିଷ୍ଟାଣ୍ଟ ଗ୍ୟାଷ୍ଟ୍ରୋ ପାରେସିସ୍ ଏବଂ ହିର୍ସପ୍ରଙ୍ଗ୍ ରୋଗ ପାଇଁ ମଧ୍ୟ ସମାନ୍ ପ୍ରକାର ଟନେଲ୍ ସର୍ଜରୀ ଉପଯୋଗ କରାଯାଇପାରିବ ବୋଲି ଡ. ସାହୁ କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*