ପୂର୍ବତଟ ରେଳପଥ ପକ୍ଷରୁ ମଧୁମେହ ସଚେତନତା ଓ ପଦଯାତ୍ରା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ ଭୁବନେଶ୍ୱର

ବିଶ୍ୱ ମଧୁମେହ ଦିବସ ପାଳନ ଅବସରରେ ମଧୁମେହର ସଚେତନତା ପାଇଁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ରେଳପଥର ମୁଖ୍ୟାଳୟ ରେଳ ସଦନଠାରେ ଏକ ଖାଦ୍ୟ ସମ୍ବନ୍ଧିୟ ପ୍ରଦର୍ଶନୀର ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାରଙ୍କ ସହିତ ମୁଖ୍ୟ ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ଡଃ. ଅରୁନ୍ଧତୀ ସେନାପତି, କେନ୍ଦ୍ରୀୟ ଚିକିତ୍ସାଳୟର ଡାକ୍ତର ଓ ପାରାମେଡିକାଲ କର୍ମଚାରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଖାଦ୍ୟ ଖାଇବା ପୂର୍ବ ରକ୍ତ ନମୁନା ମଧ୍ୟ ପରୀକ୍ଷା କରାଯାଇଥିଲା ।
ଏହି ଅବସରରେ ପୂର୍ବତଟ ରେଳପଥର କେନ୍ଦ୍ରୀୟ ଚିକିତ୍ସାଳୟଠାରେ ଏକ ପଥପ୍ରାନ୍ତ ନାଟକ ଏବଂ ସ୍ୱାସ୍ଥ୍ୟ ସଚେତନତା ଶିବିରର ଆୟୋଜନ କରାଯାଇଥିଲା । ରେଳବିହାର ଠାରେ ମଧ୍ୟ ମଧୁମେହ ସଚେତନତା ପାଇଁ ଏକ ଖାଦ୍ୟ ସମ୍ବନ୍ଧିୟ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ବହୁ ସଂଖ୍ୟାରେ ରେଳ କର୍ମଚାରୀ ଓ ସେମାନଙ୍କର ପରିବାର ଏହି କାର୍ଯ୍ୟକ୍ରମରୁ ମଧୁମେହ ରୋଗୀଙ୍କ ଖାଦ୍ୟ ଶୈଳୀ ବିଷୟରେ ଶିକ୍ଷା ଲାଭ କରିଥିଲେ । ପୂର୍ବରୁ, ସକାଳୁ ମହାପ୍ରବନ୍ଧକ ବିଦ୍ୟା ଭୂଷଣ ରେଳପଥର ଏକ ୱାକାଥନର ଶୁଭାରମ୍ଭ କରି ରେଳସଦନ ଠାରୁ କେନ୍ଦ୍ରୀୟ ଚିକିତ୍ସାଳୟ ପର୍ଯ୍ୟନ୍ତ ଏହାର ନେତୃତ୍ୱ ନେଇ ସାଧାରଣ ଜନତାଙ୍କୁ ସଚେତନତାର ବାର୍ତ୍ତା ପହଞ୍ଚାଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*