ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ତରଫରୁ କବିବର ରାଧାନାଥ ରାୟଙ୍କ ସ୍ମୃତିଚାରଣ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ସ୍ଥାନୀୟ ପିଏମ୍ଜି ଛକସ୍ଥିତ ଓଡ଼ିଶାର ସୁନାମଧନ୍ୟ ବରପୁତ୍ର, କବି, ଲେଖକ, ଶିକ୍ଷାବିତ୍, ସାହିତି୍ୟକ, କବିବର ରାଧାନାଥ ରାୟଙ୍କର ପ୍ରତିମୂର୍ତ୍ତି ସ୍ଥଳଠାରେ ସଫେଇ କାର୍ଯ୍ୟ ସହ ସ୍ମୃତିଚାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଅତୁଳନୀୟ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାପ୍ରାଣ ଓଡ଼ିଶାର କବିବର ରାଧାନାଥ ରାୟଙ୍କ ପ୍ରତିମୂର୍ତ୍ତିସ୍ଥଳଠାରେ ଅଭିଯାନର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ପ୍ରଦୁ୍ୟମ୍ନ ଶତପଥୀ ମତବ୍ୟକ୍ତ କରି କହିଥିଲେ ଯେ, କବିବରଙ୍କର ଅମ୍ଳାନ ତଥା ସ୍ମରଣୀୟ କୃତି ମଧ୍ୟରୁ ‘ଚିଲିକା’, ‘ଚନ୍ଦ୍ରଭାଗା’ ତଥା ରାଧାନାଥ ଗ୍ରନ୍ଥାବଳୀ ଓଡ଼ିଶାକୁ ଅମୂଲ୍ୟ ଦାନ । ସୌନ୍ଦର୍ଯ୍ୟପ୍ରିୟ କବିବର ରାଧାନାଥ ରାୟ ତାଙ୍କ ସାହିତ୍ୟକୃତି ଓ କବିତା ମାଧ୍ୟମରେ ସମଗ୍ର ଓଡ଼ିଶାରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ଏହି ପରିପ୍ରେକ୍ଷିରେ ଅଭିଯାନର ବରିଷ୍ଠ ସଦସ୍ୟ ବ୍ରଜବନ୍ଧୁ ପରିଡ଼ା ମତ ରଖିଥିଲେ ଯେ, ସରକାର ବରପୁତ୍ର ଓ ସହିଦ୍ମାନଙ୍କର ନାମାକ୍ଷର ବଡ଼ ଫଳକ ସହ ତାଙ୍କ କୃତି ସମ୍ବନ୍ଧରେ କିଛି ତଥ୍ୟ ପ୍ରଦାନ କରନ୍ତୁ । ତତ୍କ୍ଷଣାତ୍ ଏହା ଅଧ୍ୟକ୍ଷଙ୍କ ସହିତ ସମସ୍ତ ସଭ୍ୟଙ୍କ ଦ୍ୱାରା ଗୃହୀତ ହୋଇଥିଲା । ଅଭିଯାନର ଅଧ୍ୟକ୍ଷ ପ୍ରଦୁ୍ୟମ୍ନ ଶତପଥୀ ମତ ରଖିଥିଲେ ଯେ, ରାଜ୍ୟ ସରକାରଙ୍କୁ ଏ ବିଷୟରେ ଏକ ପତ୍ର ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରାଯିବ । ଅବଶ୍ୟ ରାଜ୍ୟ ସରକାରଙ୍କ ଉପରେ ଅଭିଯାନର ପ୍ରଭାବ ପଡ଼ିବାରେ ଲାଗିଛି । ଫଳସ୍ୱରୂପ ପ୍ରାୟ ବରପୂତ୍ର ଓ ସହିଦମାନଙ୍କ ସ୍ମୃତିସ୍ଥଳ ସଫେଇ ପ୍ରତିମୂର୍ତ୍ତିମାନଙ୍କ ସୁରକ୍ଷା ବାବଦରେ ବିହୀତ ପଦକ୍ଷେପ ଗ୍ରହଣ କରାଯାଇଛି । ଅଭିଯାନର ଆବାହକ କିଶନ ବରାଇ ଓ ସହ ସଂଯୋଜକ ନାରାୟଣ ଓଝା ସହ ସାମିଲ ହୋଇଥିଲେ ବରିଷ୍ଠ ସଦସ୍ୟ ଶିକ୍ଷାବିତ୍ ସୀତାବଲ୍ଲଭ ମହାପାତ୍ର, ସୁରେନ୍ଦ୍ର କୁମାର ସାହୁ, କୈଳାସ ମୁଦୁଲି, ଲକ୍ଷ୍ମଣ ଦାସ, ବୁଦ୍ଧିମାନ ନାୟକ, ନିରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇ ସ୍ମୃତିଚାରଣ ଓ ସଫେଇ କାର୍ଯ୍ୟ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*