ପୁରୀ ପରେ ଲିଙ୍ଗରାଜ ମନ୍ଦିର ପାର୍ଶ୍ୱ ଉଚ୍ଛେଦ ଆରମ୍ଭ,ପ୍ରଥମେ ଥଇଥାନ ତାପରେ ଉଚ୍ଛେଦ କର: ସୁର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀ ମନ୍ଦିର ପରେ ଏବେ ଲିଙ୍ଗରାଜ ମନ୍ଦିରର ପରିବେଶ ଓ ଚର୍ତୁପାର୍ଶ୍ୱକୁ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ରାଜ୍ୟ ସରକାର ଉଚ୍ଛେଦ ଅଭିଯାନ ଆରମ୍ଭ କରିଛନ୍ତି । ସୋମବାର ଲିଙ୍ଗରାଜ ମନ୍ଦିର ନିକଟରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପଦକ୍ଷେପକୁ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ସ୍ୱାଗତ କରିଛନ୍ତି । ତେବେ ସରକାର ଯେଉଁ ତରିକା ବା ଉପାୟରେ ଏହି ଉଚ୍ଛେଦ କାର୍ଯ୍ୟ କରୁଛନ୍ତି ତାହାକୁ ସୁର ପ୍ରତିବାଦ କରିଛନ୍ତି । ସୋମବାର ଅପରାହ୍ନରେ ଏହି ଉଛେଦ କାର୍ଯ୍ୟ ଚାଲିଥିବା ବେଳେ ହଜାର ହଜାର ସ୍ଥାନୀୟ ବାସିନ୍ଦା, ଉଠା ଦୋକାନୀ, ସ୍ଥାୟୀ ଦୋକାନୀ ଶ୍ରୀ ରାଉତରାୟଙ୍କ ନେତୃତ୍ୱରେ ଦୃଢ଼ ପ୍ରତିବାଦ ଜଣାଇବାରୁ ଉଚ୍ଛେଦ କାର୍ଯ୍ୟ ବନ୍ଦ ରହିଲା । ସେଠାରେ ଥିବା ଏକାମ୍ର ପ୍ରକାଶନୀ ଭଜନ ମଣ୍ଡପ ନିକଟରେ ସର୍ବସାଧାରଣଙ୍କ ନିମେନ୍ତ ପାନୀୟ ଜଳ ଯୋଗାଣ ଟାଙ୍କିକୁ ଭାଙ୍ଗିଦିଆଯିବା ଫଳରେ ଭଜନ ମଣ୍ଡପର କାନ୍ଥ ଭୁଶୁଡ଼ି ପଡ଼ିଥିଲା । ଏଥିପାଇଁ ସମସ୍ତେ ତୀବ୍ର ବିରୋଧ କରିଥିଲେ । ହଜାର ହଜାର ସ୍ଥାୟୀ ବାସିନ୍ଦା ଶ୍ରୀ ରାଉତରାୟଙ୍କ ନେତୃତ୍ୱରେ ଲିଙ୍ଗରାଜ ମନ୍ଦିରର ସିଂହଦ୍ୱାର ଓ ଭଜନମଣ୍ଡପ ପାଖରେ ରୁଣ୍ଡ ହୋଇ ଏହାର ପ୍ରତିବାଦ ଜଣାଇଥିଲେ । ଫଳରେ ଉଚ୍ଛେଦ କାର୍ଯ୍ୟ ବନ୍ଦ ରହିଲା । ଲୋକଙ୍କ ଜୀବନ ଜୀବିକା ମାରି ଏକତରଫା ଭାବେ ଉଚ୍ଛେଦ କରାନଯାଉ ବୋଲି ଶ୍ରୀ ରାଉତରାୟ କହିଲେ ।
ପୁଲିସ୍ କମିଶନର, ଡିସିପି, ବିଡ଼ିଏ କମିଶନର, ମ୍ୟୁନିସ୍ପାଲଟି କମିଶନର, ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟି ଓ ଏଡିଏମଙ୍କୁ ଯେଉଁମାନଙ୍କର ଦୋକାନ ବା ପ୍ରତିଷ୍ଠାନ, ବାସଗୃହ ଭଙ୍ଗାଯାଇଛି ସେମାନଙ୍କର କ୍ଷତିପୂରଣ, ସ୍ଥାୟୀ ବାସଗୃହ ବ୍ୟବସ୍ଥା ଓ ଭାଙ୍ଗିଯାଇଥିବା ମଣ୍ଡପ ଏବଂ ପାଣିଟାଙ୍କିକୁ ପୁନଃନିର୍ମାଣ କରିବାର ଉପଯୁକ୍ତ ବ୍ୟବସ୍ଥା କରିବାପରେ ଉଚ୍ଛେଦ କାର୍ଯ୍ୟ କରିବାକୁ ଶ୍ରୀ ରାଉତରାୟ ଦାବି ଜଣାଇଛନ୍ତି । ମଙ୍ଗଳବାର ସକାଳେ ଲିଙ୍ଗରାଜ ମନ୍ଦିର ନିକଟରେ ଶ୍ରୀ ରାଉତରାୟଙ୍କ ନେତୃତ୍ୱରେ ପୁଣି ସମସ୍ତେ ଏକତ୍ରିତ ହୋଇ ଉପରୋକ୍ତ ଦାବି ଜଣାଇବେ । ପ୍ରଥମେ ଥଇଥାନ ବ୍ୟବସ୍ଥା କରି ତାପରେ ଉଚ୍ଛେଦ କାର୍ଯ୍ୟ କରାଯାଉ ବୋଲି ଶ୍ରୀ ରାଉତରାୟ ଦାବି କରିଛନ୍ତି । ଏହି ବିରୋଧ କାର୍ଯ୍ୟକ୍ରମରେ ସନତ ମିଶ୍ର, କପିଳ ପଣ୍ଡା, କେଦାର ମହାପାତ୍ର, ଶରତ ପଣ୍ଡା, ରମେଶ ମହାପାତ୍ର, ରଞ୍ଜିତ ପାତ୍ର, ବିରଂଚି ବାରିକ, ଜୟକୃଷ୍ଣ ମଲିଆ, ମାନସ ଆଚାର୍ଯ୍ୟ, କୁନା ମୁଦୁଲି, କାଳୁ ପଣ୍ଡା, ପପୁନୁ ଗରାବଡ଼ୁ, ରତି ମହାଶୁଆର, ରାଧା ମହାପାତ୍ର ଓ ଲିଙ୍ଗରାଜ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*