ପାଳଗଦାରେ ଜଳିଗଲେ ୩ ଛୁଆ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭବାନୀପାଟଣା/ଧର୍ମଗଡ଼

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହିମା ପଞ୍ଚାୟତ ବିଜମରା ଗ୍ରାମରେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ବିଜମରା ଗ୍ରାମର ୩ଜଣ ନାବାଳିକା ଶିଶୁ ଜିଅନ୍ତା ଜଳିଯାଇଛନ୍ତି ।
୪ ବର୍ଷର ଏହି ତିନି ଶିଶୁ ଖଳାରେ ଥିବା ପାଳଗଦା ନିକଟରେ ଖେଳୁଥିବା ସମୟରେ ହଠାତ ପାଳଗଦାକୁ ଲାଗି ରହିଥିବା ନିଆଁପୁଆ ପାଇଁ ବ୍ୟବହାର ହେଉଥିବା ନିଆଁ ଅଁତରାରୁ ନିଆଁ ଖଳାରେ ରହିଥିବା ପାଳ ଉପରେ ଲାଗିଯିବା ଫଳରେ ଶିଶୁମାନେ ନିଅାଁରୁ ବାହାରି ପାରିନଥିଲେ । ସେମାନଙ୍କ ଚିକ୍ରାର ଶୁଣି ପାଖରେ କାମ କରୁଥିବା ଶ୍ରମିକମାନେ ପହଞ୍ଚô ଶିଶୁମାନଙ୍କୁ ଉଦ୍ଧାର କରିବା ସହ ତୁରନ୍ତ ଏକ କାର ଯୋଗେ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା କରିଥିଲେ । ସେମାନଙ୍କ ଶରୀରର ଶତପ୍ରତିଶତ ଅଂଶ ପୋଡିଯାଇଥିବା ବେଳେ ଅବସ୍ଥା ଅତି ସଙ୍କଟାପନ୍ନ ରହିଥିଲା । ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ଶିଶୁମାନଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସଳେୟକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ୩ଜଣ ଶିଶୁଙ୍କୁ ଆଇସିୟୁରେ ରଖି ଚିକିତ୍ସା କରିଯାଉଥିଲା ବେଳେ ସେଠାରେ ସେମାନଙ୍କ ମୃତୁ୍ୟ ହୋଇଥିଲା । ମୃତ ଶିଶୁମାନେ ହେଉଛନ୍ତି ବିଜମରା ଗ୍ରାମର ହେମରାଜ ଦିଶାରୀ ଓ ହେମ ଦିଶାରୀଙ୍କ ୨ ଯାଆଁଳା ନାବାଳିକା ଶିଶୁ ରୋଜି ଦିଶାରୀ (୪) ଓ ଡେଜି ଦିଶାରୀ (୪) ଓ ଅନ୍ୟଜଣେ ଶିଶୁ ରଚନା ରାଉତ (୪) । ରଚନାଙ୍କ ଘର ଜୟପାଟଣା ବ୍ଲକ କୁନ୍ଦିଗୁଡା ଗ୍ରାମର । ସେ ଧନୁର୍ଯ୍ୟୟ ରାଉତଙ୍କ ଝିଅ । ରଚନା ନିଜ ମାମୁଘର ବିଜମରାକୁ ଆସିଥିବା ବେଳେ ଏହି ଅଘଟଣରେ ପ୍ରାଣ ହରାଇଛନ୍ତି । ଯେଉଁ ସମୟରେ ଏହି ଘଟଣାଟି ଘଟିଲା ସେହି ସମୟରେ ଧାନଖଳାରେ କେହି ମଧ୍ୟ ନଥିବା ବେଳେ ତାଙ୍କ ବାପା-ମା’ମାନେ ବିଲକୁ ଧାନ କାଟିବାକୁ ଯାଇଥିଲେ । କିଛି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ସେମାନଙ୍କୁ ଡାକ୍ତରଖାନା ଅଣାଯାଇଥିଲା । ୩ ଶିଶୁଙ୍କ ମୃତୁ୍ୟ ଖବର ପରେ ବିଜମରା ଗ୍ରାମରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିିଥିବା ବେଳେ ଏହି ଘଟଣାକୁ ସହଜରେ କେହି ବିଶ୍ୱାସ କରିପାରୁନାହାନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*