ପାର୍ବଣ ଋତୁରେ ଆମାଜନ – ଫ୍ଲିପକାର୍ଟ ଦେଇଛି ଲକ୍ଷାଧିକ ନିଯୁକ୍ତି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ବାଙ୍ଗାଲୋର

ଇ-କମର୍ସ କମ୍ପାନୀ ଆମାଜନ୍‌ ଇନ୍ଦିଆ ଏବଂ ୱାର୍ଲମାର୍ଟର ନିୟନ୍ତ୍ରଣରେ ଥିବା ଫ୍ଲିପକାର୍ଟ ପକ୍ଷରୁ ପାର୍ବଣ ଋତୁରେ ପାଖାପାଖି ୧ଲକ୍ଷ ୪୦ହଜାର ଅସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଇଛି । ଏହି ସମୟରେ ଗ୍ରାହକ ସେବା, ସଠିକ ସମୟରେ ସାମଗ୍ରୀ ପହଞ୍ଚାଇବା, ଷ୍ଟକ ମହଜୁଦ ରଖିବା ଆଦି କ୍ଷେତ୍ରରେ ଅଧିକରୁ ଅଧିକ ନିଯୁକ୍ତି ଦେଇଛି କମ୍ପାନୀ ।
କମ୍ପାନୀ ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ଅଧିକ ନିଯୁକ୍ତି ମାଧ୍ୟମରେ ପାର୍ବଣ ଋତୁରେ ଡେଲିଭରି କ୍ଷମତାକୁ ବଢାଇବା ପାଇଁ ଲକ୍ଷ୍ୟ ରଖାଯାଇଛି । କମ୍ପାନୀ ମୁମ୍ବାଇ, ଦିଲ୍ଲୀ, ହାଇଦ୍ରାବାଦ, ଚେନ୍ନାଇ, ବାଙ୍ଗାଲୋର, ଅହମ୍ମଦାବାଦ, ପୁନେ ସମେତ ଅନ୍ୟ ସହରରେ ନୂଆ ଅବସର ସୁଯୋଗ ସୃଷ୍ଟି କରିଛି । ଏବେ କମ୍ପାନୀ ଅର୍ଦ୍ଧସହରାଞ୍ଚଳ ଓ ଗ୍ରାମୀଣ ଅଞ୍ଚଳ ଉପରେ ଅଧିକ ଫୋକସ କରୁଛି । ୨୯ରୁ ୪ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଫେଷ୍ଟି ସେଲରେ କମ୍ପାନୀର ଫୋକସ ରହିବ ଫ୍ୟାସନ ଏବଂ ବଜେଟକୁ ସୁହାଉଥିବା ସାମଗ୍ରୀ ଉପରେ ।
ମଙ୍ଗଳବାର ଫ୍ଲିପକାର୍ଟ ପକ୍ଷରୁ କୁହାଯାଇଛି ଯେ, ଗ୍ରାହକଙ୍କ ସହାୟତା ଲଜିଷ୍ଟିକ୍‌ ଏବଂ ଦୋକାନ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ କମ୍ପାନୀ ୫୦ହଜାରରୁ ଅଧିକ ଲୋକଙ୍କୁ ସିଧାସଳଖ ନିଯୁକ୍ତି ଦେଇଛି । କମ୍ପାନୀର ଆରମ୍ଭ ହେଉଥିବା ସେଲ ସମୟରେ ବିକ୍ରେତାଙ୍କୁ ନେଟୱାର୍କ ମାଧ୍ୟମରେ ଗତବର୍ଷ ତୁଳନାରେ ଚଳିତ ବର୍ଷ ୩୦ପ୍ରତିଶତରୁ ଅଧିକ ପରୋକ୍ଷ ରୋଜଗାର ସୃଜନ ହେବ । ନିଯୁକ୍ତି ପାଇଥିବା ଲୋକଙ୍କୁ କମ୍ପାନୀ ପକ୍ଷରୁ ପ୍ରଶିକ୍ଷିତ କରାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*