ପାଇକ ସ୍ମାରକୀ ଉଦ୍ଘାଟନ ନେଇ ପାଇକ ସଂଗଠନର ପ୍ରସ୍ତୁତି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଆସନ୍ତା ଡିସେମ୍ବର ୮ ତାରିଖ ଦିନ ଭାରତର ମାନ୍ୟବର ରାଷ୍ଟ୍ରପତି ରାମନାଥ କୋବିନ୍ଦ ବରୁଣେଇ ଠାରେ ଜାତୀୟ ପାଇକ ସ୍ମାରକୀ ଉଦ୍ଘାଟନ କରିବେ । ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉକôଳ ବିଶ୍ୱ ବିଦ୍ୟାଳୟ ହୀରକ ଜୁବୁଲି ଉତ୍ସବରେ ଏହି ସୂଚନା ଦେଇଥିବାବେଳେ ନିକଟରେ ଏବାବଦରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ ଉଲ୍ଲସିତ ହୋଇ ବିଭିନ୍ନ ପାଇକ ସଂଗଠନ ପକ୍ଷରୁ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଆଦି ସକାଳେ ପାଇକସ୍ମାରକୀ ସ୍ଥଳକୁ ଯାଇ କାର୍ଯ୍ୟକ୍ରମ କିଭଳି ହେବ, ସେ ନେଇ ବିଶଦ ଆଲୋଚନା କରିଛନ୍ତି । ସୂଚନାଯୋଗ୍ୟ, ୨୦୧୭ ମାର୍ଚ୍ଚ ୨୦ରେ ପାଇକ, ଶହୀଦ ଦାୟାଦମାନଙ୍କୁ ଦିଲ୍ଲୀ ଅଭିଯାନରେ ନେବାରେ ସଫଳ ନେତୃତ୍ୱ ନେଉଥିବା ଇଂ ଶିଶିର କୁମାର ନାୟକ, କାଳୁ ଚରଣ ଖନ୍ଦାୟତରାୟ, ରମଜାନ ଖାଁ, ବିଶ୍ୱଜିତ୍ ସ୍ୱାଇଁ, ଅମରେନ୍ଦ୍ର ମହାପାତ୍ର, ରାଜ୍ୟ କୃଷକ ନେତା ସୁରଥ ବିଶ୍ୱାଳ ଓ ହଟନାଥ ମଙ୍ଗରାଜଙ୍କ ନେତୃତରେ କଳିଙ୍ଗ ପାଇକ ସଂଗଠନ, ତାପଙ୍ଗ ଦଳବେହେରା ସ୍ମୃତି ପରିଷଦ, ପିନ୍ଦିକି ବାହୁବଳେନ୍ଦ୍ର ସ୍ମୃତି ସଂସଦର ବହୁ ସଦସ୍ୟ ଏହି ପ୍ରସ୍ତୁତି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସେମାନଙ୍କ ମଧ୍ୟରେ ବରିଷ୍ଠ ଶିକ୍ଷାବିତ୍ ଭୀମସେନ ପ୍ରଧାନ, ପିନ୍ଦିକ ବାହୁବଳେନ୍ଦ୍ରଙ୍କ ଦାୟାଦ ପ୍ରଫୁଲ୍ଲ କୁମାର ବାହୁବଳେନ୍ଦ୍ର କୃଷ୍ଣଚନ୍ଦ୍ର ହରିଚନ୍ଦନ, ଐତିହାସିକ ସତ୍ୟବାଦୀ ବଳିଆରସିଂହ, ଶ୍ରୀରଂଜନ ମଙ୍ଗରାଜ, ରାମଚନ୍ଦୀ ଦଳବେହେରା ମୃତୁ୍ୟଞ୍ଜୟ ଛୋଟରାୟ, ପ୍ର‘ୁଲ୍ଲ କୁମାର ସାମନ୍ତରାୟ, ପାଇକଗୁରୁ ଭାସ୍କର ସୁନ୍ଦରାୟ, ଲୋକନାଥ ପ୍ରଧାନ, କିଶୋର ଚନ୍ଦ୍ର ବରାଳ, ଧରଣୀଧର ଛୋଟରାୟ, ସଂଗ୍ରାମ କେଶରୀ ଜଗବେ୍ଦବ, ପଦ୍ମନାଭ ବିଶ୍ୱାଳ ପ୍ରମୁଖ ଯୋଗଦେଇ ମନ୍ତବ୍ୟ ଦେଇଥିଲେ । ଇଂ. ଶିଶିର କୁମାର ନାୟକଙ୍କ ନେତୃତ୍ୱରେ ୪ଟି ସବ୍ କମିଟି ଗଠନ କରାଯାଇ ରାଷ୍ଟ୍ରପତିଙ୍କ ଆଗମନରେ ରାଜ୍ୟରୁ ବିଭିନ୍ନ ପାଇକ ସଂଗଠନ, ଶହୀଦ ଦାୟାଦ ଓ ଦଳବେହେରା, ଦଳେଇଙ୍କ ଦାୟାଦ ତଥା ବୁଦ୍ଧିଜୀବୀ ନାଗରିକମାନେ ଶୃଙ୍ଖଳିତ ଯୋଗଦେଇ ପାରିବେ ସବ୍କମିଟି ତାହାର ରୂପରେଖ ଜଣାଇବେ ବୋଲି ସ୍ଥିର ହେଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*