ପରକୀୟା ପ୍ରୀତି ପରେ ଏବେ ସିନ୍ଦୁର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଯାଜପୁର
ଯାଜପୁର ହରିଦାସପୁର ପିଇଓ ସୀତାରାଣୀ ବିଶ୍ୱାଳଙ୍କ ମୃତୁ୍ୟ ମାମଲା ଦୈନିକ ନୂଆନୂଆ ମୋଡ ନେବାରେ ଲାଗିଛି । ଘଟଣାକୁ ଚପାଇ ଦେବାର, ବାଟବଣା କରିବାର ଉଦ୍ୟମ ଜାରି ରହିଥିବା ସ୍ମିତାରାଣୀଙ୍କ ପରିବାର ଲୋକେ ଅଭିଯୋଗ କରି ଆସୁଛନ୍ତି । ହେଲେ ଏଥିପ୍ରତି ପୁଲିସ ସାମାଜିକ ଦୃଷ୍ଟି ଦେଉନାହିଁ । ନିଜେ ଏସପି ଶନିବାର ସାମ୍ବାଦିକ ସମ୍ମିଳନୀ କରି ସ୍ମିତାରାଣୀ ଓ ଜେଲ ଯାଇଥିବା ସରପଞ୍ଚଙ୍କ ସ୍ୱାମୀ ରୂପେଶଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଥିବା କଥା କହିଥିଲାବେଳେ ରବିବାର ସେହି ସମାନଧାରାରେ ମୁହଁ ଖୋଲିଛନ୍ତି ରୂପେଶଙ୍କ ପତ୍ନୀ ତଥା ସରପଞ୍ଚ ମଧୁସ୍ମିତା ଭଦ୍ରା ।
ମଧୁସ୍ମିତା ଅଭିଯୋଗ ଆଣିଛନ୍ତି ଯେ, ରୂପେଶଙ୍କ ସମ୍ପତି ଉପରେ ସ୍ମିତାରାଣୀଙ୍କ ଲୋଭ ରହିଥିଲା । ସେଥିପାଇଁ ସେ ତାଙ୍କୁ ଫସାଇବାର ଅନେକ ଚେଷ୍ଟା କରିଥିଲେ ମଧ୍ୟ ରୂପେଶ ରାଜି ହୋଇନଥିଲେ । ତେଣୁ ତାଙ୍କୁ ପାନେ ଦେବା ପାଇଁ ସ୍ମିତାରାଣୀ ଆତ୍ମହତ୍ୟା କରିଛନ୍ତି । ସ୍ୱାମୀଙ୍କୁ ଦୋଷମୁକ୍ତ କରିବା ପାଇଁ ସେ କହିଛନ୍ତି ଯେ, ରୂପେଶଙ୍କ ନାମରେ ଯେଉଁ ସବୁ ଖବର ପ୍ରକାଶ ପାଉଛି ତାହା ମିଛ । ସ୍ୱାମୀଙ୍କ ସପକ୍ଷରେ ଯୁକ୍ତିବାଢି ମଧୁସ୍ମିତା କହିଛନ୍ତି ଯେ, ପରର ଦୁଃଖ ସହି ପାରନ୍ତିନି । ଅନ୍ୟକୁ ସହଯୋଗ କରିବାକୁ ଯାଇ ଫସିଛନ୍ତି । ମୁଁ ଜାଣିପାରିନଥିଲି ସ୍ମିତାରାଣୀଙ୍କ ନଜର ମୋ ସିନ୍ଦୁର ଉପରେ ଥିଲା । ସ୍ୱାମୀଙ୍କୁ ଫସାଇବା ଏବଂ ଧନସମ୍ପତି ହାତେଇବାର ଉଦ୍ୟମ ସେ କରିଥିଲେ । ଯଦି ରୂପେଶଙ୍କୁ ନ୍ୟାୟ ନମିଳେ, ତେବେ ମୁଁ ଆତ୍ମହତ୍ୟା କରିବି ।
ଶନିବାର ସାମ୍ବାଦିକଙ୍କ ସମ୍ମିଳନୀ ପରେ ପରେ ରୂପେଶଙ୍କର ଆଉ କିଛି ଫଟୋ ବଜାରରେ ବୁଲିଥିଲା । ଅପରାହ୍ନରେ ଭାଜପା ସାମ୍ବାଦିକ ସମ୍ମିଳନୀରେ ରୂପେଶ କିଛି ବିଜଦ ନେତାଙ୍କ ସହ ଥିବାର ଫଟୋ ଉଲ୍ଲେଖ କରାଯାଇଥିବାବେଳେ ସନ୍ଧ୍ୟାରେ କିଛି ଭାଜପା ନେତାଙ୍କ ସହ ରୂପେଶ ଥିବା ଫଟୋ ଛଡାଯାଇଥିଲା । ଆଉ ରବିବାର ମଧୁସ୍ମିତା ମୁହଁ ଖୋଲିବା ପୂବରୁ ସ୍ମିତାରାଣୀ ଓ ମଧୁସ୍ମିତାଙ୍କ ପାରିବାରିକ ସମ୍ପର୍କ, ଘନିଷ୍ଠତାକୁ ପ୍ରମାଣିତ କରିବାକୁ ଯାଇ ଅନେକ ଫଟୋ ବୁଲିବା ଆରମ୍ଭ ହୋଇଯାଇଥିଲା । ଫଟୋ ଭାଇରାଲ୍‌ ପରେ ସରପଞ୍ଚ ମଧୁସ୍ମିତା ମୁହଁ ଖୋଲିଥିଲେ ଗଣମାଧ୍ୟମ ଆଗରେ । ସେ କହିଥିଲେ ଯେ, ଆମ ଦୁଇ ପରିବାର ମଧ୍ୟରେ ସମ୍ପର୍କ ଭଲ, ଆମେ ମିଳିମିଶି ବୁଲାବୁଲି କରୁ । ସ୍ମିତାଙ୍କର ଶାଶୁଘର ସହ ଭଲ ସମ୍ପର୍କ ନଥିବାରୁ ତାଙ୍କ ବାପା ଓ ଭାଇଙ୍କ ଅନୁରୋଧ କ୍ରମେ ଆମେ ସାହାଯ୍ୟ କରୁଥିଲୁ ।
ମଧୁସ୍ମିତାଙ୍କ ରବିବାର ବୟାନ ଅନେକ ପ୍ରଶ୍ନ ଓ ସନେ୍ଦହ ମଧ୍ୟ ସୃଷ୍ଟି କରେ । ପ୍ରଥମଟି ହେଉଛି ବୁଧବାର ଘଟଣା ଘଟିଥିଲାବେଳେ ରବିବାର କାହିଁକି ମୁହଁ ଖୋଲିଲେ ମଧୁସ୍ମିତା ? ଉଭୟ ପରିବାର ମଧ୍ୟରେ ଭଲ ସମ୍ପର୍କ କଥା କହୁଥିବା ମଧୁସ୍ମିତା କ’ଣ ଜାଣିପାରିନଥିଲେ ସ୍ମିତାରାଣୀଙ୍କ ନଜର ତାଙ୍କ ସିନ୍ଦୁର ଉପରେ ପଡିଛି ବୋଲି ? ପୂର୍ବରୁ ସ୍ମିତାରାଣୀ ରୂପେଶଙ୍କ ସହ ବାହାରେ ଖୋଲାମେଲା ବୁଲୁଥିବାର ସେ ଜାଣିନଥିଲେ ? ସ୍ୱାମୀଙ୍କ ଦ୍ୱାରା ତିଆରି ହୋଇଥିବା ରଙ୍ଗଶାଳାକୁ କ’ଣ ସ୍ମିତାରାଣୀ ବୁଧବାର ପ୍ରଥମଥର ପାଇଁ ଯାଇଥିଲେ ?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*