ପନିପରିବା ଚାଷ ସମ୍ବନ୍ଧୀୟ ତାଲିମ ଶିବିର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଯଶିପୁର

ସହକାରୀ ଉଦ୍ୟାନ କୃଷି ନିଦେ୍ର୍ଦଶକ କରଞ୍ଜିଆଙ୍କ ସୌ÷ଜନ୍ୟରୁ ମିଶନଶକ୍ତି ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ଶଙ୍କର ଜାତୀୟ ପନିପରିବା ଚାଷ ସମ୍ବନ୍ଧୀୟ ଦିନିକିଆ ତାଲିମ ଦିଆଯାଇଛି । ଯଶିପୁର କୃଷି କାର୍ଯ୍ୟାଳୟରେ ଆୟୋଜିତ ଶିବିରରେ ଯଶିପୁର ବ୍ଲକରେ ୨୦ ଜଣ ମହିଳା ଅଂଶଗ୍ରହଣ କରିଥିଲେ । ସେମାନଙ୍କୁ ବାଇଗଣ, ବିଲାତି ବାଇଗଣ, ଭେନ୍ଦି, ଫୁଲକୋବି, କଖାରୁ, କଲରା, କାକୁଡି, ଲଙ୍କା ପ୍ରଭୃତି ଚାଷ ସହ ଅମଳ ଓ ବଜାର ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା । ଏଇଓ ଲକ୍ଷ୍ମୀପ୍ରିୟା ଦାଶ, ଡବ୍ଲଇଓ ଶୁଭଲକ୍ଷ୍ମୀ ଦାଶ, କରଞ୍ଜିଆ ବ୍ଲକର ସରକାରୀ ଉଦ୍ୟାନ କୃଷି ଅଧିକାରୀ ଲକ୍ଷ୍ମୀପ୍ରିୟା, ରରୁଆ ବ୍ଲକର ସହକାରୀ ଉଦ୍ୟାନ କୃଷି ଅଧିକାରୀ ଶଚ୍ଚିଦାନନ୍ଦ ନାୟକ, ସହକାରୀ ଉଦ୍ୟାନ କୃଷି ନିଦେ୍ର୍ଦଶକ ରାଧେଶ୍ୟାମ ବେହେରା, ଯଶିପୁର ସହକାରୀ ଉଦ୍ୟାନ କୃଷି ଅଧିକାରୀ କହ୍ନେଇ ହେମ୍ବ୍ରମ ପ୍ରମୁଖ ତାଲିମ ଶିବିରକୁ ପରିଚାଳନା କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*