ପଞ୍ଚାୟତ ସମିତି ଅଷ୍ଟମ ସାଧାରଣ ବୈଠକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଆସିକା

ଆସିକା ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ପଞ୍ଚାୟତ ସମିତିର ଅଷ୍ଟମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକକୁ ବ୍ଲକ ଅଧ୍ୟକ୍ଷ ହରେକୃଷ୍ଣ ମଲ୍ଲିକ ଅଧ୍ୟକ୍ଷତା କରିଥିବା ବେଳେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ବିଧାୟିକା ମଞ୍ଜୁଳା ସ୍ୱାଇଁ, ବିଡିଓ ସତ୍ୟ ସୁନ୍ଦର ରାଉତ, ବ୍ଲକ ଉପାଧ୍ୟକ୍ଷା ସୁଜାତା ସ୍ୱାଇଁ, ସହକାରୀ ନିର୍ବାହୀ ଯନ୍ତ୍ରୀ ନାରାୟଣ ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଗ୍ରାମୀଣ ଆବାସ ଯୋଜନାରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରାଯାଇ କାର୍ଯ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । ଆରଡବ୍ଲୁ୍ୟଏସଏସ ନିହାର ରଞ୍ଜନ ସ୍ୱାଇଁ ଜଳ ଓ ପରିମଳ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିବା ବେଳେ କାଳଷନ୍ଦପୁର ସମିତି ସଭ୍ୟ ସାଙ୍ଗକୁ ବିଭିନ୍ନ ପଞ୍ଚାୟତ ସମିତିର ସରପଞ୍ଚ, ସମିତି ସଭ୍ୟମାନେ ନୂତନ ଜଳ ଯୋଗାଣ, ବିଭିନ୍ନ ଗ୍ରାମରେ ପାଣି ଯୋଗାଣରେ ବିଭିନ୍ନ ସମସ୍ୟା, ମରାମତି, ଓଭର ହେଡ ଟ୍ୟାଙ୍କ ସମସ୍ୟା ସହ ଜଳ ଓ ପରିମଳ ବିଭାଗ ଉଚ୍ଚ ଅଧିକାରୀମାନେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ନ ଦେଇ ଜଣେ କନିଷ୍ଠ ଯନ୍ତ୍ରୀକୁ ବୈଠକରେ ଯୋଗ ଦେବା ପାଇଁ ପଠାଇ ଦେଇ ସମସ୍ତ ସମସ୍ୟା ଓ ନିମ୍ନମାନର କାର୍ଯ୍ୟ ଚପାଇ ଦେଉଥିବା ନୀତିକୁ ବହୁ ସରପଞ୍ଚ, ସମିତି ଅଭିଯୋଗ କରିଥିଲେ । କୃଷି ସମ୍ପର୍କିତ ଆଲୋଚନାରେ ଆସିକା ବ୍ଲକ ସହକାରୀ କୃଷି ଅଧିକାରୀ ଶୁଭ୍ରତା ମିଶ୍ର ଚଳିତ ଲଗାଣ ବର୍ଷାର ବର୍ଷା ପାଣିରେ ବୁଡି ରହିଥିବା ଚାଷ ଜମିର ଆକଳନ ଓ କ୍ଷତିପୂରଣରେ ନୀତି ନିୟମ ବୁଝାଇଥିଲେ । ସ୍ୱାସ୍ଥ୍ୟ ସମ୍ପର୍କରେ ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଓ ଆସିକା ଉପଖନ୍ଦ ଚିକିତ୍ସାଧିକାରୀ ସଭାରେ ଅନୁପସ୍ଥିତ ଥିଲେ । ସେହିଭଳି ଶିକ୍ଷା ବିଭାଗ ଆଲୋଚନା ବେଳେ ଛାତ୍ରଛାତ୍ରୀଙ୍କ ତୁଳନାରେ ଶିକ୍ଷକ ନଥିବା ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*