ନୋଟିସ ପରେ ପଦ ଛାଡ଼ିଲେ କପିଲ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସି : ନୂଆଦିଲ୍ଲୀ
ଭାରତୀୟ କ୍ରିକେଟ୍‌ ବୋର୍ଡ଼ର ଏଥିକ୍ସ ଅଧିକାରୀ ଜଷ୍ଟିସ୍‌ ଡି.କେ. ଜୈନ ହିତ ବିରୋଧୀ ଅଭିଯୋଗ ଉପରେ ନୋଟିସ ପଠାଇବା ପରେ କି୍ରକେଟ୍‌ ପରାମର୍ଶଦାତା କମିଟିରୁ ଇସ୍ତଫା ଦେଇଛନ୍ତି କପିଲ ଦେବ । ଭାରତୀୟ ପୁରୁଷ ଓ ମହିଳା ଦଳର କୋଚ୍‌ ନିଯୁକ୍ତି ପାଇଁ ପ୍ରାର୍ଥୀମାନଙ୍କ ମଧ୍ୟରୁ ଚୟନ କରିବା ପାଇଁ କ୍ରିକେଟ୍‌ ବୋର୍ଡ଼ କପିଲ୍‌ଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରିଥିଲା । ଯେଉଁଥିରେ ଶାନ୍ତା ରଙ୍ଗସ୍ୱାମୀ ଏବଂ ଅଂଶୁମାନ ଗାଏକ୍ୱାର୍ଡ ସାମିଲ ଥିଲେ । ତେବେ ମଧ୍ୟପ୍ରଦେଶ କ୍ରିକେଟ୍‌ ସଂଘର ଆଜୀବନ ସଦସ୍ୟ ସଞ୍ଜୀବ ଗୁପ୍ତା ଏହି ତିନି ଜଣଙ୍କ ବିରୋଧରେ ହିତ ବିରୋଧୀ ଅବସ୍ଥାର ଅଭିଯୋଗ କରିଥିଲେ । ଦୁଇଦିନ ତଳେ ଶାନ୍ତା ଇସ୍ତଫା ଦେଇସାରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*