ନାଗରିକତା ସଂଶୋଧନ ବିଲକୁ ନେଇ ଜଦୟୁରେ ଫାଟ,ପିକେଙ୍କ ପରେ ଏବେ ମୁହଁ ଖୋଲିଲେ ପବନ ବର୍ମା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ପାଟନା

ଲୋକସଭାରେ ନାଗରିକତା ସଂଶୋଧନ ବିଲ୍‌ ପାରିତ ହୋଇଛି । ଆଉ ଏହାକୁ ଜଦୟୁ ସମର୍ଥନ କରିଛି । ତେବେ ଜଦୟୁର ଏହି ସମର୍ଥନକୁ ନେଇ ଦଳ ଭିତରେ ଆରମ୍ଭ ହୋଇଯାଇଛି ମତଭେଦ । ଦଳର ଉପାଧ୍ୟକ୍ଷ ପ୍ରଶାନ୍ତ କିଶୋରଙ୍କ ପରେ ଏବେ ପବନ ବର୍ମା ଏହି ବିଲକୁ ବିରୋଧ କରିଛନ୍ତି ଏବଂ ଦଳର ମୁଖିଆ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ନିଷ୍ପତ୍ତି ଉପରେ ପୁର୍ନବିଚାର କରିବା ପାଇଁ ଅନୁରୋଧ କରିଛନ୍ତି ।
ଜଦୟୁ ପ୍ରବକ୍ତା ପବନ କୁମାର ବର୍ମା ମଙ୍ଗଳବାର ଏ ସମ୍ପର୍କରେ ଟୁଇଟ୍‌ କରି ଲେଖିଛନ୍ତି ଯେ, ମୁଁ ନୀତୀଶ କୁମାରଙ୍କୁ ଅନୁରୋଧ କରୁଛି ଯେ, ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ୍‌ ଉପରେ ସମର୍ଥନକୁ ନେଇ ପୁଣି ଥରେ ବିଚାର କରନ୍ତୁ । ଏହି ବିଲ୍‌ ସମ୍ପୂର୍ଣ୍ଣ ଭାବେ ଅସାମ୍ବିଧାନିକ, ଦେଶର ଏକତା ବିରୋଧୀ ଅଟେ । ଏହି ବିଲ୍‌ ଜଦୟୁର ମୂଳ ବିଚାର ଓ ଆଦର୍ଶ ବିରୋଧୀ । ଗାନ୍ଧିଜୀ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ ଭାବେ ବିରୋଧ କରୁଥିଲେ । ସୂଚନାଯୋଗ୍ୟ ଯେ, ଲୋକସଭାରେ ଜଦୟୁର ୧୬ଜଣ ସାଂସଦ ଥିଲା ବେଳେ ରାଜ୍ୟସଭାରେ ୬ଜଣ ସାଂସଦ ଅଛନ୍ତି । ପବନ ବର୍ମାଙ୍କ ପୂର୍ବରୁ ଜଦୟୁ ପ୍ରବକ୍ତା ତଥା ରାଜନୈତିକ ପରାମର୍ଶଦାତା ପ୍ରଶାନ୍ତ କିଶୋର ମଧ୍ୟ ଟୁଇଟ୍‌ କରି ଏହି ବିଲ୍‌କୁ ବିରୋଧ କରିଥିଲେ । ସେ କହିଛନ୍ତି ଯେ, ଜଦୟୁ ଏହି ସଂଶୋଧିତ ବିଲକୁ ସମର୍ଥନ କରିବା ଅତ୍ୟନ୍ତ ନିରାଶଜନକ । ଏହା ଗାନ୍ଧୀଙ୍କ ବିଚାରଧାରାର ବିରୋଧାଚରଣ କରେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*