ନମିତା ଦେବୀ ଡିଗ୍ରୀ କଲେଜର ସ୍ୱାଗତ ସମ୍ବର୍ଦ୍ଧନା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ: ପିପିଲି

ପିପିଲି ଗୁଡିଆପୋଖରୀ ନିକଟରେ ଥିବା ନମିତା ଦେବୀ ଡିଗ୍ରୀ କଲେଜରେ ନୁତନ ଭାବେ ଯୋଗଦେଇଥିବା ଯୁକ୍ତ ୩ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ନିମନ୍ତେ କଲେଜ ପରିସରରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ପାଳନ କରାଯାଇଥିଲା । ଡିଗ୍ରୀ କଲେଜର ଅଧ୍ୟକ୍ଷ ପ୍ରବୀର କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେଉଥିବା ବେଳେ ମୁଖ୍ୟ ଅତିଥି ଭାବେ ଅର୍ଜୁନ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ସତ୍ୟଜିତ ରାୟଚୌଧୁରୀ ଯୋଗ ଦେଇଥିଲେ । ଏଥିସହ ସମ୍ମାନିତ ଅତିଥି ଭାବେ ଯୁକ୍ତ ୨ କଲେଜର ଅଧ୍ୟକ୍ଷ ମନୋରଞ୍ଜନ ମିଶ୍ର ଏବଂ ଆଡମିନିଷ୍ଟ୍ରେଟିଭ ଅଫିସର ଅକ୍ଷୟ କୁମାର ମହାପାତ୍ର ପ୍ରମୁଖ ଯୋଗଦଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଯୁକ୍ତ ୩ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକଙ୍କ ସଭାପତିତ୍ୱରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ରାୟଚୌଧୁରୀ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେବା ସହ ଉତ୍ତମ ଛାତ୍ର ଗଠନ ହେବା ପାଇଁ ଗୁରୁଙ୍କ ପ୍ରତି ଛାତ୍ରଛାତ୍ରୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ଶୃଙ୍ଖଳିତ ବ୍ୟବହାର ସମ୍ବନ୍ଧରେ ବକ୍ତବ୍ୟ ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*