ନଭେମ୍ବରରେ ଏୟାରଇନ୍ଦିଆ ପାଇଁ ହୋଇପାରେ ବିଡ଼

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ସରକାର ଏୟାର ଇନ୍ଦିଆର ୧୦୦% ପୁଞ୍ଜି ପ୍ରତ୍ୟାହାର ପାଇଁ ଆସନ୍ତା ମାସରେ ପ୍ରାରମ୍ଭିକ ବିଡ଼ ଆହ୍ୱାନ ଯୋଜନା ରଖିଛନ୍ତି । କିଛି ସଂସ୍ଥା ପୂର୍ବରୁ ଏୟାରଇନ୍ଦିଆ ପାଇଁ ଆଗ୍ରହ ଦେଖାଇଛନ୍ତି । ତେଣୁ ସରକାରଙ୍କ ଲକ୍ଷ୍ୟ ହାସଲ ସଫଳ ହୋଇପାରେ ବୋଲି ଆଶା କରାଯାଉଛି । ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ, ବର୍ତ୍ତମାନ ଏୟାରଇନ୍ଦିଆ ଉପରେ ୫୮ହଜାର କୋଟି ଟଙ୍କାର ଋଣ ବୋଝ ରହିଛି । ସରକାର ଏଥିରୁ ୧୦୦% ପୁଞ୍ଜି ପ୍ରତ୍ୟାହାର ପାଇଁ ପୂର୍ବରୁ ନିଷ୍ପତ୍ତି ନେଇସାରିଥିଲାବେଳେ ଏବେ ବିଡ଼ ପାଇଁ ଆବଶ୍ୟକୀୟ କାଗଜପତ୍ରକୁ ଅନ୍ତିମ ରୂପ ଦିଆଯାଉଛି । ଆଶା କରାଯାଉଛି ଚଳିତ ମାସ ଶେଷ କିମ୍ବା ନଭେମ୍ବର ମାସର ପ୍ରଥମ ସପ୍ତାହରେ ବିଡ଼ ହୋଇପାରେ । ପୂର୍ବରୁ ବେସାମରିକ ବିମାନ ଚଳାଚଳ ସଚିବ ପ୍ରଦୀପ ସିଂ ଖରୋଲା କମ୍ପାନୀର ନିଦେ୍ର୍ଦଶକ ମନ୍ଦଳ ସହ ଏକ ସମୀକ୍ଷା ବୈଠକ କରିସାରିଛନ୍ତି । ତେବେ ନିଦେ୍ର୍ଦଶକ ମନ୍ଦଳର ବୈଠକ ୨୨ ତାରିଖରେ ହେବାକୁ ଅଛି । ଅନ୍ୟପଟେ ଏୟାରଲାଇନ୍ସର କର୍ମଚାରୀମାନେ ଏହି ପୁଞ୍ଜି ପ୍ରତ୍ୟାହାର ପ୍ରସ୍ତାବକୁ ବିରୋଧ କରିଆସୁଛନ୍ତି । କାରଣ ସେମାନଙ୍କୁ ଚାକିରି ଯିବାର ଭୟ ଘାରିଛି । ତେବେ କିପରି ଭାବେ ସରକାର ପୁଣିଥରେ ଏହି ପୁଞ୍ଜି ପ୍ରତ୍ୟାହାର ପ୍ରକି୍ରୟାକୁ ଆଗକୁ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*